ପାରିବାରିକ କଳହରୁ ହତ୍ୟା ଅଭିଯୋଗ

0

ଝାରସୁଗୁଡ଼ା : ବନହରପାଲି ଥାନା ଅଧୀନସ୍ଥ କୁମ୍ଭାରବନ୍ଧ ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ହେଲେ ସୁନିତା ତରିଆ ଏବଂ ଅଭିଯୁକ୍ତଙ୍କ ନାମ ଅଶୋକ ଡ଼ନସନା ବୋଲି ପୁଲିସ କହିଛି। ବତଲଗା କୁମ୍ଭାରବନ୍ଧ ରାସ୍ତାକଡ଼ରୁ ସୁନିତାଙ୍କ ମୃତଦେହକୁ କୁମ୍ଭାରବନ୍ଧ ପୁଲିସ ଉଦ୍ଧାର କରିଛି।

ଅଶୋକ ହତ୍ୟା କରିଥିବା ସ୍ବୀକାର କରିିଛି ବୋଲି ପୁଲିସ କହିଛି। ପୁଲିସ ସୂଚନା ଅନୁଯାୟୀ ଅଶୋକ  ମଦ୍ୟପାନ କରିବା ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଅଶୋକ ଉତ୍ତ୍ୟକ୍ତ ହୋଇ ସୁନିତାକୁ ଆକ୍ରମଣ କରିଥିଲା। ଏଥିରେ ସୁନିତାର ମୃତ୍ୟୁ ଘଟିଛି।  ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply