ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା

0

ବ୍ରହ୍ମପୁର : ଦିଗପହଣ୍ଡି ଥାନା ବାଗଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ସ୍ୱାମୀ ତା’ର ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଛି। ଧାରୁଆ ଅସ୍ତ୍ରରେ ସ୍ତ୍ରୀର ବେକ କାଟିଥିବା ଜଣାପଡ଼ିଛି। ଆହତ ମହିଳାଙ୍କୁ ଗ୍ରାମବାସୀମାନେ ମେଡ଼ିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ମହିଳାଙ୍କୁ ଉଦ୍ଧାର କରି ମେଡ଼ିକାଲ ନେବା ପରେ ତାଙ୍କ ସ୍ୱାମୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପାରିବାରିକ କଳହ କାରଣରୁ ଏପରି ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି।

Leave A Reply