ବସ ହେଲପରଙ୍କୁ ହତ୍ୟା ଅଭିଯୋଗ

0

ନୀଳଗିରି : ବସ ହେଲପରକୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନୀଳଗିରି ବ୍ଲକ ତଥା ବରହମପୁର ଥାନା ନୂଆଗାଁ ଅଞ୍ଚଳରେ ଏପରି ଘଟଣା ଘଟିଛି। ମୃତ ହେଲପର ହେଉଛନ୍ତି ଭାଲୁଆ କବାଟ (୪୬)। ପୂର୍ବ ଶତ୍ରୁତାରୁ ତାଙ୍କୁ ୧୩/୧୪ ଜଣ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରି ବାଲେଶ୍ବର ମେଡିକାଲକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଏହାସହ ତଦନ୍ତ ମଧ୍ୟ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ଭାଲୁଆ ଗାଈଗୋରୁ ବିକ୍ରି କରି ୧୫ହଜାର ଟଙ୍କା ନିଜ ପାଖରେ ରଖିଥିଲେ। ସେହି ଅଞ୍ଚଳରେ କିଛି ଯୁବକ ତାଙ୍କୁ ନିସ୍ତୁକ ମାଡ ମାରିବା ସହ ଟଙ୍କା ଛଡାଇ ନେଇ ବାନ୍ଧି ରଖିଥିଲେ। ଶନିବାର ସକା​‌ଳେ ତାଙ୍କର ମୃତଦେହ ଦେଖିବାକୁ ମିଳିଥିଲା।

Leave A Reply