ସ୍ବାମୀକୁ ହତ୍ୟା ପରେ ଆଖି ତାଡିନେଲା ସ୍ତ୍ରୀ

0

କଟକ: ନିଜେ ପୋଛିଦେଲେ ନିଜ ମଥା ସିନ୍ଦୁର । ଏଭଳି ଏକ ଅଭାବନୀୟ ଘଟଣା କଟକ ବାଙ୍କି ଥାନା ଅନ୍ତର୍ଗତ ରାମଚଣ୍ଡି ଗ୍ରାମରେ ଦେଖିବାକୁ ମିଳିଛି । ସ୍ବାମୀର ହାତଗୋଡ ବାନ୍ଧି ପିଟିପିଟି ହତ୍ୟା କରିଛି ସ୍ତ୍ରୀ । ସେତିକିରେ ମନ ବୁଝିନଥିଲା ତାଙ୍କର, ହତ୍ୟା ପରେ ମୃତ ସ୍ବାମୀର ଆଖି ମଧ୍ୟ ତାଡି ଦେଇଥିଲେ ନୃଶଂସ ସ୍ତ୍ରୀ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ସ୍ତ୍ରୀକୁ ଥାନାରେ ଅଟକ ରଖିଛି ।

Leave A Reply