ଯୌତୁକ ପାଇଁ ହତ୍ୟା ଅଭିଯୋଗ

0

ଭୁବନେଶ୍ୱର : ନନ୍ଦନକାନନ ଥାନା ଅନ୍ତର୍ଗତ ଗଣ୍ଡରପୁର ଗ୍ରାମ ଅଧିନ ଗୋକନପୁର ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ପୋଡ଼ି ଯାଇଥିବା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାମ ରଶ୍ମିରେଖା (୨୩)। ଗତ ଦେଢ ବର୍ଷ ତଳେ ତାଙ୍କର ଗୋକନପୁରର ଆଶିଷ ପଢିହାରୀଙ୍କ ସହ ବିବାହ ହୋଇଥିଲା। ତାଙ୍କର ଝିଅଟିଏ ମଧ୍ୟ ରହିଛି।
ସୂଚନା ଅନୁଯାୟୀ, ଯୋତୁକ ପାଇଁ ସ୍ୱାମୀ, ଶାଶୁ, ଶ୍ୱଶୁର ମିଶି ଝିଅକୁ ଜାଳି ମାରି ଦେଇଥିବା ରଶ୍ମିଙ୍କର ବାପା ଗୁରୁଚରଣ ଜେନା ଅଭିଯୋଗ କରିଛନ୍ତି।
ପୁଲିସ ଖବର ପାଇ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡ଼ାକ୍ତରଖାନାକୁ ପଠାଇବା ସହ ଶାଶୂ ଓ ଶଶ୍ୱରଙ୍କ ଥାନାକୁ ନେଇ ପଚରାଉଚରା ଆରମ୍ଭ କରିଛି। ତାଙ୍କ ସ୍ୱାମୀ ଫେରାର ହୋଇଯାଇଛି।

Leave A Reply