ରାସ୍ତାରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତହେହ ଉଦ୍ଧାର

0

ବ୍ରହ୍ମପୁର: ବ୍ରହ୍ମପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତା କଡରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବାର ଦେଖାଯାଇଛି। ଯୁବକଙ୍କୁ କେହି ଦୁବୁର୍ତ୍ତ ପଥରରେ ଛେଚି ନିମର୍ମ ଭାବେ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି। ଏପରି ଘଟଣା ସଦର ଥାନା ଅନ୍ତର୍ଗତ ଖାରବେଳ ନଗର ଅଞ୍ଚଳରେ ଘଟିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ମୃତକଙ୍କ ନାମରେ ଥାନାରେ ଅନେକ ମାମଲା ରହିଥିବାର ସୂଚନା ମିଳିଛି। ପୂର୍ବରୁ ମୃତକଙ୍କ ଉପରୁ ଗୁଳି ମାଡ ହୋଇଥିବାର ମଧ୍ୟ ଜଣାପଡିଛି।

Leave A Reply