ଜ୍ୱାଇଁର ଉନ୍ମତ୍ତ କାଣ୍ଡ ; ୪ ମୃତ

0

କୁଜଙ୍ଗ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ବାଲିତୁଠ ବନୀପାଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜ୍ୱାଇଁର ଉନ୍ମତ୍ତ କାଣ୍ଡ  ଯୋଗୁଁ  ଗୋଟିଏ ପରିବାରର ଚାରି ଜଣଙ୍କର ମୃତ୍ୟୁ ଘଟିଛି । ପାରିବାରିକ କଳହରୁ ଜ୍ୱାଇଁ ପେଟ୍ରୋଲ ଢାଳି ଶାଶୁ, ଶ୍ୱଶୁର  ଓ ନିଜ ପତ୍ନୀଙ୍କୁ ମାରିବାକୁ ଉଦ୍ୟମ କରିଥିଲା। ହେଲେ ନିଆଁ ଲଗାଇବା ସମୟରେ ଜ୍ୱାଇଁ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଥିଲା।  ଶାଶୁ, ଶ୍ୱଶୁର ଓ ଜ୍ୱାଇଁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଝିଅର ଗୁରୁତର ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ହେଲେ ଶ୍ୱଶୁର ନବଘନ ସାହୁ, ଜ୍ୱାଇଁ ଭଦ୍ରକ ତିହିଡ଼ିର ହରେକୃଷ୍ଣ ମଲ୍ଲିକଙ୍କ ସମେତ ତାଙ୍କ ଶାଶୁ ଏବଂ ସ୍ତ୍ରୀର ମୃତ୍ୟୁ ହୋଇଛି।  ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।

ତେବେ ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

Leave A Reply