ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ବାମୀ

0

ବଣାଇ: ସୁନ୍ଦରଗଡ ଜିଲା ଟିକାୟତପଲ୍ଲୀ ଥାନା ଅନ୍ତର୍ଗତ ଚିକଟନାଳି ଗ୍ରାମରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବାର ଅଭିଯୋଗ ହୋଇଛି। ରବିବାର ଦିନ ଉଭୟ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ କୌଣସି କାରଣ ନେଇ କଳହ ହୋଇଥିଲା। ସ୍ବାମୀ ଉତକ୍ଷେପିତ ହୋଇ ସ୍ତ୍ରୀକୁ ଏକ ଟାଙ୍ଗିଆରେ ହାଣି ଦେଇଥିଲେ। ଘଟଣାସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇ ଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ସ୍ବାମୀକୁ ଅଟକ ରଖି ପଚରାଉଚରା କରୁଛି।

ସୂଚନାଯୋଗ୍ୟ ଯେ, କିଛି ବର୍ଷ ପୂର୍ବେ ଉଭୟ ପରସ୍ପରକୁ ପ୍ରେମ ବିବାହ କରିଥିଲେ। ତାଙ୍କର ୩ମାସର ଏକ ଶିଶୁ ପୁତ୍ର ଅଛି।

Leave A Reply