ଅନ୍ଧବିଶ୍ବାସର କରୁଣ ପରିଣତି; ୨ ଜଣଙ୍କୁ ହତ୍ୟା ଓ ଜଣେ ଗୁରୁତର

0

ରାଇରଙ୍ଗପୁର: ଅନ୍ଧବିଶ୍ବାସର ଅନ୍ଧାର ଗଳିରେ ରାଇରଙ୍ଗପୁର । ଅନ୍ଧବିଶ୍ବାସକୁ ନେଇ ରବିବାର ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ରାଇରଙ୍ଗପୁର ଥାନା ଅନ୍ତର୍ଗତ ଜାମଦା ମଧୁପୁର ଗ୍ରାମରେ ଏହି ଅଘଟଣ ଘଟିଛି । ଡାହାଣୀ ସନ୍ଦେହରେ ଜଣେ ବ୍ୟକ୍ତି ଦୁଇ ଜଣ ମହିଳାଙ୍କୁ କୁରାଢୀରେ ହାଣି ହତ୍ୟା କରିଛି । ହତ୍ୟା କରିବା ପରେ ଅଭିଯୁକ୍ତ ଥାନାରେ ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି । ସେହିପରି ଅଭିଯୁକ୍ତ ଜଣଙ୍କ ଗ୍ରାମର ଅନ୍ୟଜଣେ ମହିଳାଙ୍କୁ ତୀର ମାରି ଗୁରୁତର କରିଛି । ଗୁରୁତର ମହିଳାଙ୍କୁ ନିକଟସ୍ଥ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାର ପୁଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply