ଗୋଡାଇ ଗୋଡାଇ ଯୁବକଙ୍କ ହତ୍ୟା ଅଭିଯୋଗ

0

ଗଜପତି: ମୋହନା ଥାନା ଅନ୍ତର୍ଗତ ଡମ୍ବଗୁଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁଦାଣ୍ଡରେ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତ କରିଛି । ପୂର୍ବ ଶତ୍ରୁତାଙ୍କୁ କେନ୍ଦ୍ର କରି ସେହି ଗ୍ରାମର ଜଣେ ବ୍ୟକ୍ତି ଯୁବକଙ୍କୁ ହତ୍ୟା କରିଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

Leave A Reply