ଘରେ ପଶି ସୁନା କାରିଗରଙ୍କୁ ହତ୍ୟା

0

ଢେଙ୍କାନାଳ: ଦିନ ଦ୍ୱିପହରେ ଘରେ ପଶି ସୁନା କାରିଗରଙ୍କୁ ହତ୍ୟା କରାଯାଇଛି। ଏଭଳି ଘଟଣା ଢେଙ୍କାନାଳ ପଟ୍ଟନାୟକ ସାହିର ମୀନା ବଜାରରେ ଦେଖିବାକୁ ମିଳିଛି। ସୁନା କାରିଗର ଜଣକ ନିକ ଘରେ ଶୋଇଥିବା ବେଳେ କେହି ଜଣେ ଦୁବୁର୍ତ୍ତ ଘରେ ପଶି ତାଙ୍କୁ ହତ୍ୟା କରିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ, ସୁନା କାରିଗର ଜଣକ ଦୋକାନରୁ ଫେରି ଅପରାହ୍ନ ୨.୪୫ ସମୟରେ ନିଜ ଭଡା ଘରେ ଶୋଇଥିଲେ। ତାଙ୍କ ପତ୍ନୀ ଓ ଦୁଇ ପିଲା ରୋଷେଇ ଘରେ ଥିବା ସମୟରେ ଦୁବୁର୍ତ୍ତ ଜଣକ ଘରେ ପଶି ସୁନା କାରିଗରଙ୍କୁ ହତ୍ୟା କରି ପଳାଇଥିଲା। ତାଙ୍କୁ ଡାକ୍ତରଖାନା ନେବାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟା କରିବାର କାରଣ ସ୍ପଷ୍ଟ ହୋଇନାହିଁ।

Leave A Reply