କଲେଜ ଛାତ୍ରୀଙ୍କ ଘଟଣା; କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ

0

ରାଉରକେଲା: ମୃତ କଲେଜ ଛାତ୍ରୀଙ୍କ ପରିବାରକୁ ନ୍ୟାୟ ଦାବି କରି ସ୍ଥାନୀୟ ସାଂସଦ ଓ ବିଧାୟକ, ବିଜେଡି ପର୍ଯ୍ୟବେକ୍ଷକ ଓ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ନେତୃତ୍ବରେ ଶହ ଶହ ଜନତା ବିରମିତ୍ରପୁର ନିର୍ବାଚନ ମଣ୍ଡଳୀସ୍ଥିତ ଡିଆଇଜି କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି ଦେଇଛନ୍ତି । ଏହି ମାମଲାରେ ନିରପକ୍ଷ ତଦନ୍ତ କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଆଇଜି କବିତା ଜଲାନ ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ୨୪ରେ ବେଦବ୍ୟାସ କଲେଜ ଜଶେ ଛାତ୍ରୀ ନିଖୋଜ ହୋଇଯାଇଥିଲେ । ପରେ ଛାତ୍ରୀଙ୍କ ମୃତଦେହ ବୁଧବାର ଦିନ ଝାରସୁଗୁଡା ଜିଲା ଲଇକିରା ଅଞ୍ଚଳର ଏକ ଧାନ କ୍ଷେତରୁ ଉଦ୍ଧାର ହୋଇଥିଲା। ଗଣବଳାତ୍କାର ପରେ ତାଙ୍କୁ ହତ୍ୟା କରାଯାଇଥିବା ଲଇକିରା ପୁଲିସ ସ୍ପଷ୍ଟ କରିଥିଲେ । ଏହି ଘଟଣାରେ ପୁଲିସ ଜଣଙ୍କ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ଏବେ ବି ଫେରାର ରହିଛନ୍ତି । ଫେରାର ଆସାମୀଙ୍କୁ ଗିରଫ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଶନିବାର ସ୍ଥାନୀୟ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି ।

 

Leave A Reply