ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା, ୨ ଅଟକ

0

ଝାରସୁଗୁଡା: ଝାରସୁଗୁଡା ଜିଲା ବଡମାଲ ଥାନା ଅନ୍ତର୍ଗତ ହିରମା ଗ୍ରାମର ମୁଣ୍ଡାପଡାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାରୁ ଜଣେ ଯୁବକକୁ ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାମ ବିଜୟ ଭୋଇ (୪୦) । ଏଥିରେ ସ୍ଥାନୀୟ ପୁଲିସ ୨ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ହରେକୃଷ୍ଣପୁର ଗ୍ରାମର ବିଜୟ ଭୋଇ ଘରୁ ବାହାରି ଚାଲି ଅନ୍ୟତ୍ର ଯାଉଥିବା ସମୟରେ ହିରମାର ମୁଣ୍ଡାପଡା ଠାରେ ୨ଜଣ ଯୁବକ ତାଙ୍କୁ ଅଟକାଇ ଥିଲେ। ଯୁବକ ତାଙ୍କୁ ଅଟକାଇ ପ୍ରଥମେ ମୁଣ୍ଡକୁ ଠେଙ୍ଗାରେ ପ୍ରହାର କରିଥିଲେ। ବିଜୟ ତଳେ ପଡିଯିବାରୁ ତାଙ୍କୁ ଘୋଷାଡି ନେଇ ପାଖ ପୋଖରୀରେ ବୁଡାଇ ହତ୍ୟା କରିଥିଲେ। ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବାର ବଡମାଳ ପୁଲିସ ପ୍ରାଥମିକ ତଦନ୍ତରୁ କହିଛି। ମୃତ ବିଜୟ କିଛି ଦିନ ପୂର୍ବରୁ ଜେଲରୁ ବାହାରିଥିଲେ। ହତ୍ୟାକାଣ୍ଡ କରିଥିବା ଦୁଇ ଜଣ ଯୁବକ ହେଲେ ଅଜୟ ମୁଣ୍ଡା ଓ କୁମର ମୁଣ୍ଡା। ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି।

Leave A Reply