ଦାଦାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁତୁରା

0

ବରଗଡ଼: ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ ଜଡ଼ା ଗ୍ରାମରେ କଳିଆ ଭୁଏ(୭୦)ଙ୍କୁ ତାଙ୍କ ପୁତୁରା ମୋହନ ଭୁଏ(୪୬)ଟାଙ୍ଗିଆରେ ହାଣି ହତ୍ୟା କରିଛି । ସମ୍ପତ୍ତି ଲୋଭରେ ଅଭିଯୁକ୍ତ ଏଭଳି ହତ୍ୟାକାଣ୍ଡ ଭିଆଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଭଟଲି ଥାନା ପୁଲିସ ଏ ନେଇ ଦଫା ୩୦୨ରେ ଏକ  ମାମଲା  ରୁଜୁ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ପୁଲିସ ଅଭିଯୁକ୍ତ ମୋହନକୁ ଗିରଫ କରି ଅଧିକ ତଦନ୍ତ ଚଲାଇଛି।
ପ୍ରକାଶ ଯେ, କାଳିଆଙ୍କ ୨ ଝିଅ । ସମସ୍ତେ ବିବାହିତା। ତାଙ୍କର ପୁଅ ନ ଥିବା ଯୋଗୁ ତାଙ୍କ ସମ୍ପତ୍ତି ଉପରେ ପୁତୁରା ମୋହନଙ୍କ ଦୃଷ୍ଟି ପଡ଼ିଥିଲା । ଫଳରେ ସମ୍ପତ୍ତି ହାତେଇବା ପାଇଁ ସେ କାଳିଆଙ୍କୁ ଅନେକ ସମୟରେ ଧମକଚମକ ଦେଇ ଆସୁଥିଲା। ରାତିରେ ଏକ ଟାଙ୍ଗିଆ ଯୋଗେ ତାଙ୍କୁ ହତ୍ୟା କରିଥିଲା ବୋଲି ଭଟଲି ଥାନା ଅଧିକାରୀ ନିରୋଦ ଦାଶ କହିଛନ୍ତି।

Leave A Reply