ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ୱାମୀର ଆତ୍ମହତ୍ୟା

0

ବଲାଙ୍ଗୀର: ଭାଲୁମୁଣ୍ଡା ଗ୍ରାମରେ ପାରିବାରିକ କଳହର କରୁଣ ପରିଣାମ ଦେଖିବାକୁ ମିଳିଛି। ପାରିବାରିକ କଳହରୁ ସ୍ୱାମୀ ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ହତ୍ୟା ପରେ ସ୍ୱାମୀ ନିଜେ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି।
ସୂଚନା ଅନୁଯାୟୀ, ସ୍ୱାମୀ କପୁରଚନ୍ଦ ବଛା(୫୦) ଓ ସ୍ତ୍ରୀ କୈକେୟୀ (୪୫)ଙ୍କ ମଧ୍ୟରେ ରବିବାର ବିଳମ୍ବିତ ରାତିରେ କୌଣସି କାରଣ ନେଇ ଝଗଡା ହୋଇଥିଲା। ଏଥିରେ ଉତ୍‍କ୍ଷେପିତ ହୋଇ ସ୍ୱାମୀ ଏକ ଟାଙ୍ଗିଆରେ ନିଜ ସ୍ତ୍ରୀକୁ ହାଣି ଦେଇଥିଲା। ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀ ନିଜେ ଆତ୍ମହତ୍ୟା କରି ଦେଇଥିଲା। ଘରେ ତାଙ୍କର ପୁଅ ସୁବାଷ ବଛା(୨୫) ଓ ତାଙ୍କ ବୋହୂ ସଙ୍ଗୀତା ବଛା(୨୨) ଥିବା ଜଣା ପଡିଛି। ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Leave A Reply