ସ୍ତ୍ରୀକୁ ନିଆଁରେ ଜାଳି ହତ୍ୟା କଲା ସ୍ବାମୀ

0

ବ୍ରହ୍ମପୁର: ସ୍ତ୍ରୀ କୁ କିରୋସିନି ଢ଼ାଳି ନିଆଁରେ ପୋଡ଼ି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଦିଗପହଣ୍ଡି ଥାନା ଅନ୍ତର୍ଗତ ଭୂଷଣ୍ଡ ଗାଁରେ। ଅଭିଯୁକ୍ତ ସ୍ବାମୀ ଥାନାରେ ଅଟକ ଅଛନ୍ତି ।ମୃତ ମହିଳା ଜଣଙ୍କ ହେଲେ ଲିଜା ମାଝୀ ଏବଂ ଅଭିଯୁକ୍ତ ସ୍ବାମୀଙ୍କ ନାମ ହେଲା ଲଛମନ ମାଝୀ। ସୂଚନାଯୋଗ୍ୟ, ଗତ ୮ ତାରିଖରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଲିଜାଙ୍କୁ ପ୍ରଥମେ ଦିଗପହଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଥିବା ଅଵସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

Leave A Reply