ଏକ ହତ୍ୟାକାଣ୍ଡ ମାମଲାରେ ୪ ଅଭିଯୁକ୍ତ ଗିରଫ

0

ବହ୍ମପୁର: ଏକ ହତ୍ୟାକାଣ୍ଡ ମାମଲାରେ ସେରଗଡ ଥାନା ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମହେନ୍ଦ୍ର ସ୍ବାଇଁ, ସନାତନ ପ୍ରଧାନ ଓ ତାର ଭାଇ ରବି ପ୍ରଧାନ, ମହେଶ୍ବର ପ୍ରଧାନ । ସେମାନଙ୍କ ସହ ୩ ସହଯୋଗୀଙ୍କୁ ମଧ୍ୟ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ବେଳେ ସେମାନଙ୍କ ନିକଟରୁ ଗୋଟିଏ ଅଟୋ, ୩ଟି ବାଇକ୍, ମାରଣାସ୍ତ୍ର ଓ ୧୦ଟି ମୋବାଇଲ ଫୋନ ଜବତ ହୋଇଛି । ସୂଚନାଯୋଗ୍ୟ, ଗତ ଏପ୍ରିଲ ମାସ ୭ ତାରିଖରେ ଗଞ୍ଜାମ ଜିଲା ସେରଗଡ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସୂତ୍ରରୁ ପ୍ରକାଶ ।

Leave A Reply