ମା’କୁ ହତ୍ୟା କରି ଫିଙ୍ଗିଲା ପୁଅ

0

ଝାରସୁଗୁଡ଼ା: ମା’କୁ ହତ୍ୟା କରିବା ପରେ ଏକ ଖେଳପଡିଆ ପଛପଟେ ପିଙ୍ଗିଦେଇ ଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଝାରସୁଗୁଡ଼ା ଟାଉନ ଥାନା ମୁଙ୍ଗାପଡ଼ାରେ ଘଟିଯାଇଛି । ଏକ ପରିତ୍ୟକ୍ତ ସ୍ଥାନରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କୁ ମୃତଦେହ ପୁଲିସ ଉଦ୍ଧାର କରିଛି । ମୃତ ମହିଳା ଜଣଙ୍କ ବିଧବା ଏବଂ ତାଙ୍କ ନାମ ଉଷା ରାଉତ(୫୦) ବୋଲି ଜଣାପଡିଛି । ମୃତଦେହରେ ଅନେକ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି ଏବଂ ପୁଅ ମିଟୁକୁ ଥାନାରେ ପୁଲିସ ଅଟକ ରଖିଛି ।

ସୂଚନାଯୋଗ୍ୟ, ଉଷାଙ୍କ ସାନପୁଅ ହେଉଛି ମିଟୁ । ସେ ମିଟୁ ସହିତ ମୁଙ୍ଗାପଡ଼ାରେ ରହୁଥିଲେ । ମା ପୁଅଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ଲାଗି ରହୁଥିଲା। ଏହାକୁ ନେଇ ଗତକାଲି ରାତିରେ ଶିଳପୁଆରେ ମିଟୁ ଉଷାଙ୍କ ମୁଣ୍ଡକୁ ଅତି ନୃଶଂସ ଭାବେ ଛେଚି ହତ୍ୟା କରିବା ପରେ ଖେଳପଡିଆ ପଛପଟେ ଫିଙ୍ଗିଦେଇଥଲା । ଏହି ଘଟଣାରେ ପୁଲିସ ସାନପୁଅ ମିଟୁ ସହ ବୋହୂକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।

Leave A Reply