କାଠ ଫାଳିଆରେ ପିଟି ସ୍ତ୍ରୀକୁ ହତ୍ୟା

0

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ମନସୁରକୋଟା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି ।  ସ୍ୱାମୀର କାଠ ଫାଳିଆ ଆକ୍ରମଣ ରେ ସ୍ତ୍ରୀର ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ,  ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀ ତନୁ ଦାସ ସୋମବାର ରାତି ୧୧ଟା ବେଳେ ସ୍ତ୍ରୀ ନାନୁ ଦାସକୁ ଅତର୍କିତ ଭାବେ କାଠ ଫାଳିଆ ରେ ବାରମ୍ବାର ମୁଣ୍ଡକୁ  ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ହିଁ  ସ୍ତ୍ରୀଙ୍କର  ମୃତ୍ୟୁ ଘଟିଥିଲା । ଖବରପାଇ ଗୋପାଳପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନାନୁର ଶବ ଜବତ କରିଥିବାବେଳେ ସ୍ୱାମୀ ତନୁକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଉଭୟଙ୍କର ଦେଢ ବର୍ଷ ତଳେ ବିବାହ ହୋଇଥିଲାବେଳେ ସାତ ମାସର ଝିଅ ଟିଏ ରହିଛି ।

Leave A Reply