ନବବଧୂଙ୍କ ମୃତଦେହ ଉଦ୍ଧାର ; ଯୌତୁକ ପାଇଁ ହତ୍ୟା ସନ୍ଦେହ

ଗଞ୍ଜାମ : ଶେରଗଡ଼ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଏକ ବନ୍ଦ କଠୋରୀ ମଧ୍ୟରୁ ଜଣେ ନବବଧୂଙ୍କ ମୃତଦେହ ଉଦ୍ଧାର କରାଯାଇଛି । ରକ୍ତ ଜୁଡୁବୁଡ ଅବସ୍ଥାରେ ମୃତଦେହ ଚଟାଣରେ ପଡି ରହିଥିବା ବେଳେ ନିକଟରେ ଏକ ହାତୁଡି ପଡିଥିବା ଦେଖିବାକୁ ମିଳିଥିଲା । ହାତୁଡିରେ ପିଟିପିଟି ତାଙ୍କୁ ହତ୍ୟା କରାଯାଇଥିବା ପାରିପାର୍ଶ୍ବିକ ପରିସ୍ଥିତରୁ ଅନୁମାନ କରାଯାଉଛି । ଯୌତୁକ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ମହିଳାଙ୍କ ବାପ ଘର ଲୋକ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ଦୁଇ ବର୍ଷ ତଳେ ସେ ପ୍ରେମ ବିବାହ କରିଥିଲେ ।

Comments are closed.