ସ୍ତ୍ରୀଙ୍କୁ ହତ୍ୟା କରି ମୃତଦେହ ପୋତିଦେଲେ ସ୍ବାମୀ

0
1815
courtesy : New York Post

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ଟିକିଲିପରାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀକୁ ପିଟି ହତ୍ୟା କରିଛନ୍ତି। ହତ୍ୟା କରିବା ପରେ ମୃତଦେହକୁ ଅଖା ଭିତରେ ଭର୍ତ୍ତି କରି ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିବା ଅଭିଯୁକ୍ତ ସ୍ୱାମୀ କହିଛି। ସୂଚନା ଯୋଗ୍ୟ, ଏହି ହତ୍ୟାକାଣ୍ଡ ତିନି ଦିନ ତଳେ ଘଟିଥିଲା। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ କଳହ ହୋଇଥିଲା। ରାଗରେ ସ୍ବାମୀ ନିଜ ସ୍ତ୍ରୀକୁ ପିଟି ମାରି ଦେଇଥିଲା। ପରେ ମୃତଦେହକୁ ନିକଟସ୍ଥ ଜଙ୍ଗଲରେ ନେଇ ପୋତି ଦେଇଥିଲା। କୌଣସି ସୂତ୍ରରୁ ସୋମବାର ପୁଲିସ ଘଟଣା ସଂକର୍ପରେ ଜାଣିଲା ପରେ ଅଭିଯୁକ୍ତ ସ୍ବାମୀଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।