ଆକ୍ରମଣ କରି ଯୁବକଙ୍କୁ ହତ୍ୟା

0

ଖୋର୍ଦ୍ଧା : ଖୋର୍ଦ୍ଧା ବେଗୁନିଆ ଥାନା ଦେଉଳି ଗାଁ ମଝିରେ ବାଇକରେ ଯାଉଥିବା ବେଳେ ଯୁବକଙ୍କୁ ହାଣି ମାରିଦେଇଥିବା ଜଣାପଡ଼ିଛି। ମୃତକ ହେଉଛନ୍ତି ଦେଉଳି ଗାଁର ଚିନ୍ମୟ ସାହୁ। ଗାଁ ମଝିରେ ଯାଉଥିବା ସମୟରେ ହଠାତ ଦୁର୍ବୃତ୍ତ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ। ହତ୍ୟା ସନ୍ଦେହରେ ଜଣେ ଆକ୍ରମଣକାରୀଙ୍କ ଘରକୁ ଉତ୍ତ୍ୟକ୍ତ ଲୋକେ ଜାଳିଦେଇଥିବା ସୂଚନା ମିଳିଛି।

Leave A Reply