ବାନ୍ଧବୀଙ୍କୁ ଛୁରୀ ଭୁଷି ହତ୍ୟା କଲେ ଯୁବତୀ, ହତ୍ୟାକାରୀ ଅଟକ

0

ଭୁବନେଶ୍ୱର : ରାଜଧାନୀରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ଜଣେ ଯୁବତୀଙ୍କୁ ଅନ୍ୟ ଜଣେ ଯୁବତୀ ଛୁରୀ ଭୁଷି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଶ୍ରୀ ଲିଙ୍ଗରାଜ ଥାନା ଅନ୍ତର୍ଗତ ଗୌରୀନଗର ଲେନ ୫ରେ ଏହି ଅଘଟଣ ଘଟିଛି । ମୃତ ଯୁବତୀ ଜଣଙ୍କ ହେଲେ ବାଲେଶ୍ବର ଜିଲା ବସ୍ତା ଥାନା ଅଧୀନ ବାଉଁଶ ମୁଖା ଗ୍ରାମର ଅଳକା ନନ୍ଦ ଦାସ ଏବଂ ହତ୍ୟାକାରୀ ଅନିସା ମିତ୍ର ବୋଲି ଜଣାପଡିଛି । ହତ୍ୟାକାରୀ ଯୁବତୀ ରାଗରେ ଏପରି କରିଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ସୂଚନାଯୋଗ୍ୟ, କିଛି ବର୍ଷ ହେବ ଦୁହେଁ ଏକ ଭଡ଼ା ଘରେ ଏକତ୍ର ରହି ଆସୁଥିଲେ । ରବିବାର ସକାଳେ ଅଳକା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚଟାଣରେ ପଡିଥିବା ଦେଖି ଘର ମାଲିକ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ହତ୍ୟାକାରୀ ଯୁବତୀଙ୍କୁ ଥାନାରେ ଅଟକ ରଖିଛି ।

Leave A Reply