ନାବାଳକକୁ ଅପହରଣ ପରେ ହତ୍ୟା ଅଭିଯୋଗ, ଅଭିଯୁକ୍ତ ଅଟକ

0

ବ୍ରହ୍ମପୁର : ଜଣେ ନାବାଳକକୁ ଅପହରଣ ପରେ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ଅଭିଯୁକ୍ତ ଦେବାଶିଷ ପଣ୍ଡାକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ନାବାଳକର ମୃତଦେହ ବୁଧବାର ଦିନ ଏକ ଜଙ୍ଗଲରୁ ମିଳିଛି। ନାବାଳକକୁ ପଥରରେ ହତ୍ୟା କରାଯାଇଥିବା ଜଣାପଡିଛି। ଜେରା ବେଳେ ସେ ନାବାଳକକୁ ଅପହରଣ କରିବା ପରେ ହତ୍ୟା କରିଥିବା ସ୍ବୀକାର କରିଛି। ଗତ ୧୨ତାରିଖରୁ ନାବାଳକକୁ ଅପହରଣ କରାଯାଇଥିବା ନେଇ ତାଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ। ଦେବାଶିଷ ନାବାଳକକୁ ସ୍କୁଲରେ ଛାଡିବା ବାହାନାରେ ଅପହରଣ କରିଥିବା ନାବାଳକର ମାଆ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରିଛି। ଅପହରଣରେ ବ୍ୟବହାର କରାଯାଇଥିବା ଏକ ସ୍କୁଟିକୁ ପୁଲିସ ଜବତ କରିଛି। ସ୍କୁଟିରେ ନାବାଳକକୁ ନେବା ବେଳର ଚିତ୍ର ସିସିଟିଭିରେ କଏଦ ହୋଇଛି।

Leave A Reply