ସାମାନ୍ୟ ବଚସାରୁ ନାବାଳକକୁ ହତ୍ୟା ଅଭିଯୋଗ

0

କେନ୍ଦୁଝର : ସାମାନ୍ୟ ବଚସାକୁ ନେଇ ନାବାଳକକୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲା ଶାଳଚୁଆଁ ଗ୍ରାମରେ ଘଟିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ନାବାଳକ ଜଣକ ସାଙ୍ଗମାନଙ୍କ ସହ ବରକୁଟି ମେଳା ବୁଲିବାକୁ ଯାଇଥିଲା। ମେଳାରୁ ଫେରିବା ସମୟରେ କୌଣସି କାରଣରୁ ତାର ସାଙ୍ଗମାନଙ୍କ ସହ ବଚସା ହୋଇଥିଲା। ସାଙ୍ଗମାନେ ଉତ୍‌କ୍ଷିପ୍ତ ହୋଇ ନାବାଳକକୁ ପିଟିପିଟି ଥିଲେ। ନାବାଳକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ତେବେ ନାବାଳକକୁ ତା ସାଙ୍ଗମାନେ ପିଟିପିଟି ମାରି ଦେଇଥିବା ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି।

 

Leave A Reply