ମହିଳାଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

0

ଖୋର୍ଦ୍ଧା : ବେଗୁନିଆ ଥାନା ଅନ୍ତର୍ଗତ ମାଣିଆବନ୍ଧ ପଞ୍ଚାୟତର ବଡନୟାପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ଜଣେ ଯୁବକ ମହିଳାଙ୍କୁ ପିଟିପିଟି ହତ୍ୟା କରିଥିବା ଜଣାପଡିଛି। ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୁକ୍ତ ଯୁବକ ଜଣକ ଫେରାର ଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବେ ମହିଳାଙ୍କ ସ୍ବାମୀ ସହ ଯୁବକଙ୍କ ସହ ଝଗଡା ହୋଇଥିଲା। ଏନେଇ ମହିଳାଙ୍କ ସ୍ବାମୀ ଥାନାରେ ଅଭିଯୋଗ କରିଥିଲେ। ତେବେ ସେମାନେ କ’ଣ ପାଇଁ ଥାନାରେ ଅଭିଯୋଗ କରିଛନ୍ତି କହି ତାଙ୍କ ସ୍ବାମୀଙ୍କୁ ଏକ ଠେଙ୍ଗାରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ମହିଳା ଜଣକ ଏହାର ପ୍ରତିବାଦ କରିବାରୁ ଯୁବକ ତାଙ୍କୁ ଠେଙ୍ଗାରେ ପିଟିଥିଲେ।

Leave A Reply