୭ ବର୍ଷର ବାଳକୁ ହତ୍ୟାମାମଲାରେ ଏକାଦଶ ଶ୍ରେଣୀ ଛାତ୍ରର ଜାମିନ ଆବେଦନ ନାମଞ୍ଜୁର କଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ୭ ବର୍ଷର ବାଳକକୁ ହତ୍ୟାମାମଲାରେ ଅଭିଯୁକ୍ତ ଏକାଦଶ ଶ୍ରେଣୀ ଛାତ୍ରର ଜାମିନ ଆବେଦନ ସୁପ୍ରିମକୋର୍ଟ ନାମଞ୍ଜୁର କରି ଦେଇଛନ୍ତି । ଗୁରୁଗ୍ରାମରେ ଏକ ବିଦ୍ୟାଳୟର ଶୌଚାଳୟରେ ୭ ବର୍ଷର ବାଳକୁ ଏକାଦଶ ଶ୍ରେଣୀ ଛାତ୍ର ହତ୍ୟା କରିଥିଲା । ପୁଲିସ ହତ୍ୟା ଅଭିଯୋଗରେ ପ୍ରଥମେ ବିଦ୍ୟାଳୟର ବସ୍‌ କଣ୍ଡକ୍ଟରକୁ ଗିରଫ କରିଥିଲା । ମାତ୍ର ମାମଲା ସିବିଆଇକୁ ଯିବା ପରେ ପ୍ରକୃତ ସତ୍ୟ ଉନ୍ନୋଚନ ହୋଇଥିଲା ।  ହତ୍ୟା କରିଥିବା ଏକାଦଶ ଶ୍ରେଣୀର ଛାତ୍ରକୁ ଗିରଫ କରାଯାଇଥିଲା  ।

ପୂର୍ବରୁ ପଞ୍ଜାବ ଓ ହରିୟାଣାର ହାଇକୋର୍ଟର ଅଭିଯୁକ୍ତର ଜାମିନ ନାମଞ୍ଜୁର କରି ଦେଇଥିଲେ । ଏହାପରେ ବାଳକର ପିତା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ଅଭିଯୁକ୍ତର ଜାମିନ ଆବେଦନକୁ ନାମଞ୍ଜୁର କରି ଦେଇଛନ୍ତି ।

Leave A Reply