ମୁଗଡ଼ାଲି କ୍ଷୀର ମିଠା

0

ଆବଶ୍ୟକ ସାମଗ୍ରୀ
ମୁଗଡ଼ାଲି – ୨କପ
କ୍ଷୀର – ୩କପ
ଗୁଜୁରାତି ଗୁଣ୍ଡ – ୧ଚାମଚ
କେଶର – ଅଳ୍ପ
ଚିନି – ୧କପ
ଘିଅ – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁ୍‍ତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ କଡ଼େଇ ଗରମ କରନ୍ତୁ। କଡ଼େଇ ଗରମ ହେବା ପରେ ସେଥିରେ ମୁଗଡ଼ାଲିକୁ ଅଳ୍ପ ଭାଜନ୍ତୁ। ଏହା ପରେ ଏହାକୁ ଏକ ପାତ୍ରକୁ କାଢି ପାଣି ଦେଇ ୧ ଘଣ୍ଟା ବତୁରାଇ ଦିଅନ୍ତୁ। ବତୁରିବା ପରେ ଏହାକୁ ଛାଣି ଏକ ପାତ୍ରରେ ରଖନ୍ତୁ। ଏବେ ଗ୍ୟାସ ଲଗାଇ କଡ଼େଇ ଗରମ କରନ୍ତୁ। କଡ଼େଇରେ ମୁଗଡ଼ାଲି ପକାଇବାର କିଛି ସମୟ ପରେ କ୍ଷୀର, ଗୁଜୁରାତି ଗୁଣ୍ଡ ପକାଇ ଏହାକୁ ଭଲ ଭାବେ ଗୋଳାନ୍ତୁ। ଗୋଳାଇବା ପରେ ଏଥିରେ ଅଳ୍ପ ଘିଅ, ଅଳ୍ପ ଅଟା ପକାଇ ଡ଼ଙ୍କି ଦ୍ୱାରା କ୍ଷୀରରେ ଏହାକୁ ପେଷ୍ଟ ଭଳି କରିବା ପାଇଁ ସମାନ କରି ଘାଣ୍ଟନ୍ତୁ। ଏହା ପରେ ଏହାକୁ ଏକ ପାତ୍ରକୁ କାଢି କିଛି ସମୟ ଥଣ୍ଡା କରନ୍ତୁ। ଥଣ୍ଡା ହେବା ପରେ ହାତରେ ସାମାନ୍ୟ ଘିଅ ଲଗାଇ ଏହାକୁ ବରା ଆକୃତିର କରନ୍ତୁ। ଏହାର ମଝି ଅଂଶକୁ ସାମାନ୍ୟ କଣା କରି କାଠି ଦ୍ୱାରା ଏହାର ଚାରି ପାଖରେ ଗାର ଗାର କରି ଦିଅନ୍ତୁ। ଏହାକୁ ଘୋଡ଼ାଇ କିଛି ସମୟ ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ୧କପ ଚିନିରେ ୨କପ ପାଣି ସାମାନ୍ୟ କେଶର ପକାଇ ସିରା ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ ଆଉ ଏକ କଡ଼େଇରେ ତେଲ ଗରମ କରି ପ୍ରସ୍ତୁତ କରି ରଖିଥିବା ମୁଗଡ଼ାଲି ବରାକୁ ଛାଣନ୍ତୁ। ଛାଣିବା ପରେ ଏହାକୁ ସିରାରେ ପକାଇ ୨୦ ରୁ ୩୦ ମିନିଟ ରଖନ୍ତୁ। ପ୍ରସ୍ତୁତ ହୋଇଗଲା ମୁଗଡ଼ାଲି କ୍ଷୀର ମିଠା।
ଆଲେଖ୍ୟ ସସ୍ମିତା ମହାନ୍ତି

Leave A Reply