ଗୋଟିଏ ବରକୁ ଦୁଇ କନିଆ ; ବିବାହ କାର୍ଡ ଭାଇରାଲ

ନୂଆଦିଲ୍ଲୀ : ସାମ୍ପ୍ରତିକ ସମାଜରେ ଘଟୁଥିବା କିଛି ଅଦ୍ଭୁତ ଘଟଣା ସମସ୍ତଙ୍କୁ ଆଶ୍ଚାର୍ଯ୍ୟ କରିଥାଏ। ବିବାହ ମଣିଷ ଜୀବନର ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ବୋଲି ବିବେଚନା କରାଯାଏ। କିନ୍ତୁ ମୁମ୍ବଇରେ ହେବାକୁ ଥିବା ଏକ ବିବାହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୂଚନା ଅନୁସାରେ ମୁମ୍ବଇର ପାଲଘର ଅନ୍ତର୍ଗତ ତଲାସରୀରେ ଏପ୍ରିଲ ୨୨ ତାରିଖରେ ହେବାକୁ ଥିବା ଏକ ବିବାହରେ, ଗୋଟିଏ ବରକୁ ଦୁଇଟି କନିଆ ଥିବା ଜଣାପଡିଛି। ଅନ୍ୟ ଏକ ଆଶ୍ଚର୍ଯ୍ୟର କଥା ବିବାହ ପୂର୍ବରୁ ହିଁ ଏମାନଙ୍କର ୩ଟି ଛୁଆ ରହିଛନ୍ତି। ସୁତାରପଡା ନିବାସୀ ସଞ୍ଜୟ ଧାଗଡା ଦୁଇ ମହିଳାଙ୍କ ସହ ଲିଭ-ଇନ-ରିଲେସନରେ ରହୁଥିଲେ। ବର୍ତ୍ତମାନ ସଞ୍ଜୟ ଏହି ଦୁଇ ମହିଳାଙ୍କ ସହ ବିବାହ କରିବାକୁ ଯାଉଛନ୍ତି।
ସଞ୍ଜୟ ଅଟୋ ଚଳାଉଥିବା ସମୟରେ ୧୦ବର୍ଷ ଧରି ବେବି ନାମକ ଏକ ମହିଳାଙ୍କ ସହ ରହି ଆସୁଛନ୍ତି। ପରେ ବେବିଙ୍କ ସାଙ୍ଗ ରୀନା ତାଙ୍କ ସହ ଲିଭ-ଇନ-ରିଲେସନରେ ରହିଥିଲେ। ଛୁଆ ବଡ ହେବା ପରେ ବର୍ତ୍ତମାନ ବିବାହ କରିବାକୁ ସଞ୍ଜୟ ମନସ୍ତ କରିଛନ୍ତି।
ସଞ୍ଜୟଙ୍କ ଏହି ବିବାହ କାର୍ଡ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଆଦିବାସୀ ଅଞ୍ଚଳରେ ଏଭଳି ବିବାହ ହେଉଥିବା ପୁଲିସ କହିଛି।

Comments are closed.