କଂଗ୍ରେସକୁ ଝଟକା ; ଟିକେଟ ପ୍ରତ୍ୟାଖାନ କଲେ ମୁକ୍ତିକାନ୍ତ

0

ଭୁବନେଶ୍ୱର : ନିର୍ବାଚନ ଋତୁରେ ଟିକେଟ ବଣ୍ଟନକୁ ନେଇ ଛକାପଞ୍ଝା ଲାଗିରହିଥିବା ବେଳେ କଂଗ୍ରେସକୁ ବଡ ଝଟକା ଲାଗିଛି। କଂଗ୍ରେସ ରାଉରକେଲା ବିଧାନସଭା ଆସନରୁ ମୁକ୍ତିକାନ୍ତ ବିଶ୍ୱାଳକୁ ପାର୍ଥୀ କରିଥବାର ୨୪ଘଣ୍ଟା ନପୁରୁଣୁ ମୁକ୍ତିକାନ୍ତ ନିର୍ବାଚନ ଲଢିବାକୁ ମନା କରିଦେଇଛନ୍ତି। ସୂଚନା ଅନୁସାରେ ଶୁକ୍ରବାର ରାତିରେ କଂଗ୍ରେସ ପାର୍ଥୀ ଘୋଷଣା କରିଥିଲା।
ଏନେଇ ମୁକ୍ତିକାନ୍ତ ବିଶ୍ୱାଳ କହିଛନ୍ତି ରାଜନୀତିରେ ପ୍ରବେଶ କରିବାର ତାଙ୍କର କୌଣସି ଆଗ୍ରହ ନାହିଁ ଓ ନିର୍ବାଚନ ମଧ୍ୟ ଲଢିବିନି। ମୋ ନାମ ଘୋଷଣା ହୋଇଥିଲେ ମଧ୍ୟ କଂଗ୍ରେସ ଟିକେଟ ଆଣିବେ ନାହିଁ ବୋଲି ମୁକ୍ତିକାନ୍ତ କହିଛନ୍ତି।
ସୂଚନାଯୋଗ୍ୟ ଯେ, ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ନିର୍ମାଣ ଓ ଆଇଜିଏସଚକୁ ସୁପରସ୍ପେଶାଲିଟି ହସ୍ପିଲାଟ ମାନ୍ୟତା ଦାବିରେ ମୁକ୍ତିକାନ୍ତ ବିଶ୍ୱାଳ ରାଉରକେଲାରୁ ନୂଆଦିଲ୍ଲୀ ଚାଲି ଚାଲି ଯାଇ ଚର୍ଚ୍ଚା ପରିସରକୁ ଆସିଥିଲେ। ପେସାରେ ଠିକାଦାର ଥିବା ମୁକ୍ତିକାନ୍ତ କଂଗ୍ରେସ ଟିକେଟକୁ ମନା କରିଦେଇଛନ୍ତି।

Leave A Reply