ଠେଙ୍ଗାରେ ପିଟି ମାଆକୁ ହତ୍ୟାକଲା ପୁଅ

0

ମୁଖିଗୁଡା :କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ରେଙ୍ଗା‌ଲପାଲି ପଞ୍ଚାୟତର ତାଳପଦର ଗ୍ରାମରେ ମଦ୍ୟପ ପୁଅର ଠେଙ୍ଗା ମାଡରେ ମାଁର ମୃତ୍ୟୁ ଘଟିଛି। ଖବରଅନୁସାରେ ତାଲପଦର ଗାଁର ଅର୍ଜୁନ ଶବର(୪୫) ରବିବାର ସନ୍ଧ୍ୟାରେ ମଦ୍ୟପାନକରି ଏକ କି.ମି ଦୁରରେ ରହୁଥିବା ତାର ବଡ ଭାଇ ବିଶ୍ୱନାଥ ଶବର ସହ ଝଗଡା କରି ଘରକୁ ଫେରି ମାଆ ସୁମନି(୭୦) ସହ ଝଗଡା କରିଥିଲା। ପରେ ମାଆକୁ ଏକ ଠେଙ୍ଗାରେ ମୁଣ୍ଡ ପଛପଟକୁ ମାରିବାରୁ ଘଟଣା ସ୍ଥଳରେ ମାଆର ମୃତ୍ୟୁ ଘଟିଥିଲା। ସୋମବାର ସକାଳେ ଏ ସମ୍ପର୍କରେ ଜୟପାଟଣା ପୁଲିସ ଖବର ପାଇବା ପରେ ଥାନାଧିକାରି ଶୁଶାନ୍ତ ସାହୁ ଘଟଣା ସ୍ଥଲରେ ପହଞ୍ଚି ଶବ ଜବତ କରି ଜୟପାଟଣା ଡାକ୍ତରଖାନରେ ଶବ ବ୍ୟବଛେଦ କରିବା ସହ ହତ୍ୟା କାରି ପୁଅ ଅର୍ଜୁନକୁ ଜୟପାଟଣା ଥାନାରେ ଅଟକ ରଖିଛନ୍ତି।

 

Leave A Reply