ଟ୍ରାଫିକ୍ ସିଗନାଲରେ ମୁକେଶ ଅମ୍ବାନୀ ଦେଇଥିଲେ ବିବାହ ପ୍ରସ୍ତାବ

0

ଭାରତର ଜଣାଶୁଣା ଶିଳ୍ପପତି ମୁକେଶ ଅମ୍ବାନୀ ଆଜିକାଲି ଚର୍ଚ୍ଚା ପରିସରରେ ଅଛନ୍ତି। ଏହା ପଛର ଗୋଟିଏ କାରଣ ହେଉଛି ତାଙ୍କ ବ୍ୟାବସାୟିକ ସଫଳତା। ଅନ୍ୟତମ କାରଣ ହେଉଛି ବଡ଼ ପୁଅ ଆକାଶ ଅମ୍ବାନୀଙ୍କ ନିର୍ବନ୍ଧ। ଗୋଆରେ ଆକାଶଙ୍କ ବର୍ଣ୍ଣାଢ଼୍ୟ ନିର୍ବନ୍ଧ ଉତ୍ସବ ଶ୍ଳୋକ ମେହତାଙ୍କ ସହ ଶେଷ ହୋଇଛି। ଦୁହେଁ ଏକତ୍ର ବିଦ୍ୟାଳୟରେ ପଢ଼ୁଥିଲେ। ପରେ ସେମାନଙ୍କ ଘନିଷ୍ଠତା ବଢ଼ିଥିଲା ଓ ତାହା ପ୍ରେମର ରୂପ ନେଇଥିଲା। ତେବେ ପୁଅର ପ୍ରେମ ସମ୍ପର୍କ ସହ ପିତା ମୁକେଶଙ୍କୁ ନେଇ ମଧ୍ୟ ବିଭିନ୍ନ ଖବର ପ୍ରକାଶିତ ହେଉଛି।

ମୁକେଶ ଓ ନୀତାଙ୍କର ପ୍ରେମ ବିବାହ ଥିଲା। ଦୁହିଁଙ୍କ ପରିବାର ମଧ୍ୟରେ ଉତ୍ତମ ସମ୍ପର୍କ ଥିବାର ପ୍ରକାଶ। ମୁକେଶ ଓ ନୀତା ବିବାହ ପୂର୍ବରୁ ରୀତିମତ ଲଙ୍ଗ୍-ଡ୍ରାଇଭରେ ଯାଉଥିଲେ। ଥରକର ଘଟଣା। ମୁମ୍ବଇରେ ଦୁହେଁ କାରରେ ଭ୍ରମଣ କରୁଥିବାବେଳେ ଟ୍ରାଫିକ୍ ସିଗନାଲରେ ଗାଡ଼ି ଅଟକିଥିଲା। ଏହି ସମୟରେ ମୁକେଶ, ନୀତାଙ୍କୁ ପଚାରିଥିଲେ, ୱିଲ୍ ୟୁ ମ୍ୟାରି ମି? ନୀତା କିଛି ସମୟ ପାଇଁ ନିରବ ହୋଇଯାଇଥିଲେ। ଟ୍ରାଫିକ୍ ସିଗନାଲରେ ସବୁଜ ସଙ୍କେତ ହେବା ପରେ ମଧ୍ୟ ମୁକେଶ ଗାଡ଼ି ନଚଳାଇ ନୀତାଙ୍କ ଉତ୍ତରକୁ ଅପେକ୍ଷା କରିଥିଲେ।

ଶେଷରେ ନୀତା ସମ୍ମତି ଜଣାଇଥିଲେ ଓ ଦୁହିଁଙ୍କ ଜୀବନର ଗାଡ଼ି ମଧ୍ୟ ଖୁବ୍ ସୁନ୍ଦର ଭାବରେ ଆଗେଇଥିଲା। ତେବେ ନୀତାଙ୍କୁ ପ୍ରଥମେ ଶ୍ବଶୁର ଧୀରୁଭାଇ ଅମ୍ବାନୀ ହିଁ ବୋହୂ ରୂପେ ଘରକୁ ଆଣିବା ପାଇଁ ମନସ୍ଥ କରିଥିଲେ। ଏକଥା ନିଜେ ସେ ଏକ ସାକ୍ଷାତକାରରେ କହିଥିଲେ। ନୀତା ଜଣେ ସଫଳ ନୃତ୍ୟାଙ୍ଗନା ଥିଲେ। ଏକ କାର୍ୟ୍ୟକ୍ରମରେ ନୀତାଙ୍କ ନୃତ୍ୟ ଧୀରୁଭାଇଙ୍କ ମନକୁ ଖୁବ୍ ଛୁଇଁଥିଲା। ଏହା ପରେ ସେ ନୀତାଙ୍କୁ ନିଜ ଘରକୁ ନିମନ୍ତ୍ରଣ କରିଥିଲେ। ପରେ ବଡ଼ପୁଅ ମୁକେଶଙ୍କ ପାଇଁ ପ୍ରସ୍ତାବ ପକାଇ ବୋହୂ ଭାବେ ନୀତାଙ୍କୁ ଘରକୁ ସ୍ବାଗତ କରିଥିଲା ଅମ୍ବାନୀ ପରିବାର।

Leave A Reply