ସାବିତ୍ରୀ ଅମାବାସ୍ୟା ପୂର୍ବରାତିରେ ପତ୍ନୀକୁ ହତ୍ୟା!

0

ବରଗଡ଼: ଭେଡେନ ବ୍ଲକ ଅନ୍ତର୍ଗତ ଶହରାଟିକରା ଗ୍ରାମରେ ଯୌତୁକ ପାଇଁ ବଧୂହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ସ୍ବାମୀ ରାଜେଶ ନାୟକଙ୍କୁ ପୁଲିସ ଗିରଫ କରିଛି । ମୃତକ ହେଲେ ବିଜୟଲକ୍ଷ୍ମୀ ନାଏକ । ଅଭିଯୁକ୍ତ ରାଜେଶ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବୋଲି ଜଣାପଡିଛି ।

ବିଜୟଲକ୍ଷ୍ମୀଙ୍କ ପରିବାର ବର୍ଗଙ୍କ ଅଭିଯୋଗ ଅନୁଯାୟୀ, ଅଧିକ ଯୌତୁକ ଦାବିରେ ବିଜୟଲକ୍ଷ୍ମୀଙ୍କୁ ତାଙ୍କ ସ୍ବାମୀ ଓ ଶାଶୂଘର ଲୋକେ ଅନେକ ଦିନ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ଗତକାଲି ବିଜୟଲକ୍ଷ୍ମୀଙ୍କ ବାପା ଓ ପରିବାରବର୍ଗ ସାବିତ୍ରୀ ପୂଜା ସାମଗ୍ରୀ ଦେଇ ଆସିଥିଲେ । ସେତେବେଳେ ବିଜୟଲକ୍ଷ୍ମୀ ହସଖୁସିରେ ଥିଲେ ବୋଲି ତାଙ୍କ ବାପା କହିଛନ୍ତି । କିନ୍ତୁ ରାତି ପ୍ରାୟ ୧୦ଟା ବେଳେ ତାଙ୍କ ନିକଟକୁ ଜ୍ଵାଇଁ ଫୋନ କରି କହିଥିଲେ ଯେ, ବିଜୟଲକ୍ଷ୍ମୀ ପୂଜା କରୁଥିବା ବେଳେ ଧୂପ ନିଆଁ ଲାଗି ସେ ଆହତ ହୋଇଛନ୍ତି । ତାଙ୍କୁ ବରଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଜୟଲକ୍ଷ୍ମୀ ବାପା ସେଠାରେ ପହଞ୍ଚିଲା ପରେ ଝିଅଙ୍କୁ ପାଇ ନ ଥିଲେ ପରେ ଜ୍ଵାଇଁକୁ ଫୋନ କରି ବୁର୍ଲା ମେଡିକାଲରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ମୃତ ଅବସ୍ଥାରେ ପାଇଥିଲେ ।

ପ୍ରଥମେ ମାଡ ମାରିବା ପରେ ବିଜୟଲକ୍ଷ୍ମୀଙ୍କୁ ମାଡ ମାରିବା ପରେ ତାଙ୍କୁ ପୋଡି ମାରିଥିବା ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଭେଡେନ ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପରେ ଅଭିଯୁକ୍ତ ଜ୍ଵାଇଁଙ୍କୁ ପୁଲିସ ଗିରଫ କରିଥିଲା। ଏହି ଘଟଣାରେ ଶାଶୂ ଓ ଶ୍ବଶୁରଙ୍କୁ ଗିରଫ ଦାବି କରି ଝିଅ ଘର ପକ୍ଷରୁ ବୁର୍ଲା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସୂଚନାଯୋଗ୍ୟ, ୨୦୧୨ ଏପ୍ରିଲରେ ସେମାନଙ୍କ ବିବାହ ହୋଇଥିଲା । ବିବାହ ବେଳେ ବିଜୟଲକ୍ଷ୍ମୀ ବାପା ୪ ଲକ୍ଷ ଟଙ୍କା ଓ ୪୦ ଗ୍ରାମ ସୁନା ଅଳଙ୍କାର ଯୌତୁକ ବାବଦକୁ ଦେଇଥିଲେ । ବିବାହ ପୂର୍ବରୁ ବିଜୟଲକ୍ଷ୍ମୀ ବାପା ରାଜେଶଙ୍କ ପାଠ ପଢିବା ଖର୍ଚ ମଧ୍ୟ ଉଠାଇଥିଲେ । ଝିଅ ଖୁସିରେ ରହିବା ପାଇଁ  ସମ୍ପର୍କୟୀମଧ୍ୟରେ ବିହାର କରାଯାଇଥିଲା ।

Leave A Reply