ଖୁବଶିଘ୍ର ପଡିଆକୁ ଓହ୍ଲାଇବେ ଏମ.ଏସ ଧୋନି

ରାଞ୍ଚି: ଟିମ୍‍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଖୁବ୍‍ ଶିଘ୍ର ପଡିଆକୁ ଓହ୍ଲାଇବାର ସମ୍ଭାବନା ରହିଛି। ପଡିଆକୁ ଓହ୍ଲାଇବାକୁ ଧୋନି ତତ୍ପରତା ଦେଖାଇଥିବା ଦେଖିବାକୁ ମିଳିଛି। ଧୋନି ତାଙ୍କ ସହର ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ଧୋନି ଅଭ୍ୟାସ କରୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଧୋନି ଅଭ୍ୟାସ କରୁଥିବାର ନଜର ଆସିଛନ୍ତି। ବହୁତ ଦିନର ବ୍ୟବଧାନ ପରେ ମହେନ୍ଦ୍ର ସିଂହ ଧୋନି କ୍ରିକେଟ ପଡିଆକୁ ଫେରି ଅଭ୍ୟାସ କରୁଛନ୍ତି। ଆଗାମୀ ମାସରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଖେଳିବାକୁ ଥିବା ସୀମିତ ଓଭର ସୀରିଜରେ ଧୋନି ଖେଳିବାର ସମ୍ଭାବନା ରହିଛି। ମହେନ୍ଦ୍ର ସିଂହ ଧୋନି ଜୁଲାଇରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ ସେମିଫାଇନାଲ ପରେ କୌଣସି ମ୍ୟାଚ ଖେଳିନାହାନ୍ତି। ଗୁରୁବାର ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଧୋନିଙ୍କ ଅଭ୍ୟାସ ମ୍ୟାଚ ପରେ ଦଳକୁ ଫେରିବାର ଆଶା ରଖିଛନ୍ତି ପ୍ରଶଂସକ।

Comments are closed.