ଜନ୍ମାଷ୍ଟମୀରେ ବଂଶୀ ଫୁଙ୍କୁଥିବା ନଜର ଆସିଲେ ଧୋନି

ନୂଆଦିଲ୍ଲୀ : ଭଗବାନ୍ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ସାରାଦେଶରେ ଧୁମଧାମରେ ପାଳନ କରାଯାଇଛି। ଜନ୍ମାଷ୍ଟମୀରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ୱିକେଟ କିପର ମହେନ୍ଦ୍ର ସିଂହ ଧୋନି ବଂଶୀ ଫୁଙ୍କୁଥିବା ନଜର ଆସିଛନ୍ତି।

ଖବର ଅନୁସାରେ, ଧୋନି ବଂଶୀ ଫୁଙ୍କୁଥିବାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଧୋନି କ୍ରିକେଟର କାଜୁଆଲ ଜର୍ଶୀ ପିନ୍ଧି ବଂଶୀ ଫୁଙ୍କୁଥିବା ନଜର ଆସିଥିଲେ। ଧୋନିଙ୍କର ୭ସେକେଣ୍ଡର ଏହି ଭିଡ଼ିଓଟି ଏପର୍ଯ୍ୟନ୍ତ ଏକ ହଜାରରୁ ଅଧିକ ଲାଇକ୍ ଆସିଥିବା ଜଣାପଡିଛି।

Comments are closed.