ଜିନିଷ ପ୍ୟାକେଟ ଉପରେ ଏମ୍‌ଆର୍‌ପି ସହ ରହିବ ଉତ୍ପାଦ ମୂଲ୍ୟ !

0

ମୁମ୍ବାଇ . –  ବିକ୍ରି ହେଉଥିବା ବିଭିନ୍ନ ଜିନିଷ ପ୍ୟାକେଟ ଉପରେ ଏମ୍‌ଆରପି ବା ଏହା ସର୍ବାଧିକ ବିକ୍ରିମୂଲ୍ୟ ସହ ଉତ୍ପାଦ ମୂଲ୍ୟ  ଲେଖିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର କେନ୍ଦ୍ରୀୟର ପରିଷଦର  ସଦସ୍ୟ ସତୀଶ ମରାଠେ  ପରାମର୍ଶ ଦେଇଛନ୍ତି । ଏପରି ହେଲେ କମ୍ପାନୀମାନେ ଗୋଟିଏ ଜିନିଷକୁ କେତେଟଙ୍କା ଲାଭ ପାଉଛନ୍ତି  ଜଣା ପଡିବାସହ ଉପଭୋକ୍ତା ଏଥିପାଇଁ କେତେ ଅଧିକ ଟଙ୍କା ଦେଉଛନ୍ତି   ସେ ବିଷୟରେ ଜଣା ପଡିବ ବୋଲି ସେ ସଦସ୍ୟ କହିଛନ୍ତି ।

ଅଗଷ୍ଟମାସରେ ସତୀଶ ମରାଠେଙ୍କୁ  ସରକାର ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ପରିଷଦରେ ସଦସ୍ୟଭାବେ ନିଯୁକ୍ତି ଦେଇଥିଲେ । କଷ୍ଟ ଆକାଉଣ୍ଟାଟ ସଂସ୍ଥାନର ଏକ ଉତ୍ସବରେ ସେ ଏ ବିଷୟରେ ସୂଚନା ଦେଇଛନ୍ତି । ଏବେ ସମୟ ଆସିଯାଇଛି ଗୋଟିଏ ଉତ୍ପାଦରେ କେତେ ଟଙ୍କା ଲାଭାଂଶ ରହୁଛି ସେ  ବିଷୟରେ ଜଣା ପଡିବ । ଏବେ ବିଭିନ୍ନ ରନ୍ଧନ ଗ୍ୟାସ ବିତରଣ କମ୍ପାନୀଙ୍କ ସହ ୧୬ ପ୍ରତିଶତ ଲାଭରେ ସାଧାରଣ ନାଗରିକଙ୍କୁ ପାଇପ୍‌ ୟୋଗେ ଗ୍ୟାସ ବିତରଣ କରିବା ପାଇଁ ଚୁକ୍ତି କରାଯାଇଛି।

ପ୍ରାରମ୍ଭିକ ଦିନମାନଙ୍କରେ ଅଧିକ ଲାଭରେ ଏପରି ବ୍ୟବସ୍ଥା କରାଯାଇ ପାରେ ମାତ୍ର ସମୟ ଅନୁସାରେ ଲାଭର ମାତ୍ରା ହ୍ରାସ ପାଇବା ସହ ଉପଭୋକ୍ତା ଅପେକ୍ଷାକୃତ ଭଲ ମୂଲ୍ୟରେ ଜିନିଷ ପାଇବା ଦରକାର ବୋଲି ସେ ପ୍ରକାଶ କରିଛନ୍ତି । ସତୀଶ ମରାଠେ ଆଗରୁ ୟୁନାଇଟେଡ୍‌ ଓ୍ୱେଷ୍ଟର୍ଣ୍ଣ କୋ-ଅପରେଟିଭ୍‌ ବ୍ୟାଙ୍କର ଅଧ୍ୟକ୍ଷ ଥିଲେ ।

Leave A Reply