ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ ବିଜେପି ନେତା ଗିରଫ

0

ଭୋପାଳ : ଜଣେ ନାବାଳିକାକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ମଧ୍ୟପ୍ରଦେଶ ବିଦିଶା ଜିଲାର ବରିଷ୍ଠ ବିଜେପି ନେତା ତଥା ଖ୍ୟାତ ଶଲ୍ୟ ବିଭାଗ ଡାକ୍ତର ପିୟୁଷ ସକ୍ସେନାଙ୍କୁ ପୁଲିସ୍‍ ଶୁକ୍ରବାର ଗିରଫ କରିଛି। ସେ ଜଣେ ନାବାଳିକାକୁ ଦୀର୍ଘ ୧୦ ବର୍ଷ ଧରି ନିର୍ଯାତନା ଦେଇ ଆସୁଥିଲେ ବୋଲି ଅଭିଯୋଗ ହୋଇଥିଲା। ଅଭିଯୋଗର ୧୯ ଦିନ ପରେ ତାଙ୍କୁ ପୁଲିସ୍‍ ଗିରଫ କରିବାରେ ସଫଳ ହୋଇଛି।
ବିଦିଶାର ସିଭିଲ ଲାଇନ୍‍ ଥାନାରେ ନଭେମ୍ବର ୧୭ରେ ନାବାଳିକା ଜଣଙ୍କ ଡାକ୍ତର ତଥା ବିଜେପି ନେତା ପିୟୁଷଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଥିଲେ। ପିୟୁଷ ତାକୁ ୧୦ ବର୍ଷ ଧର ବଳାତ୍କାର କରିଥିବା ସେ ଅଭିଯୋଗରେ ଦର୍ଶାଇଥିଲା। ପୁଲିସ୍‍ ଅଭିଯୋଗକୁ ଗୁରୁତର ସହ ନେଇ ପିୟୁଷଙ୍କ ବିରୋଧରେ ବଳାତ୍କାର, ପୋସ୍କୋ ଏବଂ ଆଇଟ୍‍ି ଧାରାରେ ମାମଲା ରୁଜୁ କରିଥିଲା। ଏହା ଜାଣବା ପରେ ପିୟୁଷ ଫେରାର ହୋଇଯାଇଥିଲେ। ତେବେ ଅଭିଯୁକ୍ତ ବିଜେପି ନେତା ଭୋପାଳର ଶାହାଜାହାନବାଦରେ ଲୁଚି ରହିଥିବା ପୁଲିସ୍‍ ଗୁରୁବାର ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା। ଖବର ଆଧାରରେ ଶୁକ୍ରବାର ଚଢାଉ କରି ପୁଲିସ୍‍ ତାଙ୍କୁ ଗିରଫ କରିଛି।

Leave A Reply