କର୍ଣ୍ଣାଟକ ଭଳି ମଧ୍ୟପ୍ରଦେଶରେ କଂଗ୍ରେସ ପାଇଁ ସମସ୍ୟା !

0

ନୂଆଦିଲ୍ଲୀ : କର୍ଣ୍ଣାଟକରେ ରାଜନୈତିକ ସଂକଟ ସୃଷ୍ଟି ହୋଇଥିବାବେଳେ ମଧ୍ୟପ୍ରଦେଶରେ ଅନୁରୂପ ସ୍ଥିତି ଉପୁଜିବାକୁ ଯାଉଛି । ଏଠାରେ ମଧ୍ୟ କଂଗ୍ରେସ ସରକାରକୁ କ୍ଷମତାଚ୍ୟୁତ କରିବାକୁ ବିଜେପି ଉଦ୍ୟମ କରୁଥିବା ମଧ୍ୟପ୍ରଦେଶର ଜଣେ ମନ୍ତ୍ରୀ ବୁଧବାର ଅଭିଯୋଗ କରିଛନ୍ତି । ଏ ନେଇ ଦଳ ମଧ୍ୟପ୍ରଦେଶରେ ମଧ୍ୟ ଘୋଡାବେପାର ଆରମ୍ଭ କରିଥିବା ଦର୍ଶାଇ ସେ କହିଛନ୍ତି ୩ ରାଜ୍ୟରେ ପରାଜିତ ହେବା ପରେ ବିଜେପି ବିଚଳିତ ହୋଇପଡିଛି। ଆଗାମୀ ଲୋକସଭା ନିର୍ବାଚନରେ ପରାଜିତ ହେବା  ଆଶଙ୍କା ଏବଂ ଦୀର୍ଘ ଦିନ ପର୍ଯ୍ୟନ୍ତ କ୍ଷମତାରୁ ଦୂରେଇ ରହିବାର ସମ୍ଭାବନା ସୃଷ୍ଟି ହୋଇଛି ।  ତେଣୁ ଦଳ ଏବେ ଘୋଡାବେପାରକୁ ଆଦରି ନେଇଛି। ଅନ୍ୟପକ୍ଷରେ ମଧ୍ୟପ୍ରଦେଶରେ କଂଗ୍ରେସ ସହିତ ଏସ୍‌ପି, ବିଏସ୍‌ପି ଓ ସ୍ବାଧୀନ ବିଧାୟକଙ୍କ ସମର୍ଥନ ରହିଥିବା ସେ ଦର୍ଶାଇଛନ୍ତି। ଉଲ୍ଲେଖ ଯେ ମଧ୍ୟପ୍ରଦେଶରେ କଂଗ୍ରେସ ବହୁମତଠାରୁ ମାତ୍ର ୫ଟି ଆସନ ଅଧିକ ପାଇଛି। କଂଗ୍ରେସ ପ୍ରତି  ଏସ୍‌ପିର ଜଣେ ଏବଂ ବିଏସ୍‌ପିର ୨ ଜଣ ବିଧାୟକଙ୍କ ସମେତ ମୋଟ ୧୨୧ ଜଣ ବିଧାୟକଙ୍କ ସମର୍ଥନ ରହିଥିବା ବେଳେ ବିଜେପିର ସଦସ୍ୟ ସଂଖ୍ୟା ୧୦୯ରେ ସୀମିତ ଅଛି। ଏଭଳି ସ୍ଥିତିରେ ଯଦି କିଛି ବିଧାୟକ ସମର୍ଥନ ପ୍ରତ୍ୟାହାର କରନ୍ତି ତା’ହେଲେ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କ ନେତୃତ୍ବାଧୀନ ସରକାର ବିପଦରେ ପଡିବାର ଆଶଙ୍କା ରହିଛି। କିନ୍ତୁ ଏଭଳି ଆଶଙ୍କାକୁ ଅସ୍ବୀକାର କରିବା ସହ କମଳନାଥ ବିଜେପିକୁ ନିଜ ସ୍ଥିତି ସମ୍ଭାଳିବା ନେଇ ଚେତାବନୀ ଦେଇଛନ୍ତି।

Leave A Reply