ନିର୍ବାଚନ ପ୍ରଚାର ବେଳେ ଶିବସେନା ସାଂସଦଙ୍କୁ ଆକ୍ରମଣ

ମୁମ୍ବଇ: ମହାରାଷ୍ଟ୍ରର ଉସ୍‌ମାନାବାଦ ଜିଲାରେ ବୁଧବାର ନିର୍ବାଚନ ପ୍ରଚାର ସମୟରେ ଶିବସେନା ସାଂସଦ ଓମରାଜେ ନିମ୍ବାଲକର ଆକ୍ରମଣର ଶିକାର ହୋଇଛନ୍ତି। ପ୍ରଚାର ବେଳେ କୌଣସି ଅଜଣା ବ୍ୟକ୍ତି ତାଙ୍କୁ ଛୁରିରେ ଆକ୍ରମଣ କରିଛନ୍ତି। ଏଥିରେ ସାଂସଦ ଆହତ ହୋଇଛନ୍ତି। କଲମ୍ବ ତାଲୁକା ଅନ୍ତର୍ଗତ ପଡ଼ୋଲୀ ନୈଗାଁଓ ଗାଁରେ ଏକ ନିର୍ବାଚନୀ ପ୍ରଚାର ରାଲିକୁ ସମ୍ବୋଧିତ କରିବା ସମୟରେ ଏହି ଆକ୍ରମଣ ହୋଇଥିବା ପୁଲିସ କହିଛି। ସାଂସଦ ରାଲିରେ ଉଦବୋଧନ ଦେଉଥିବା ବେ​‌ଳେ କେତେଜଣ ବ୍ୟକ୍ତି ତାଙ୍କ ସହିତ କରମର୍ଦ୍ଦନ କରିବାକୁ ଆସିଥିଲେ। କରମର୍ଦ୍ଦନ କରିବା ବାହାନାରେ ଜଣେ ବ୍ୟକ୍ତି ପାଖରେ ରଖିଥିବା ଛୁରି ବାହାର କରି ଆକ୍ରମଣ କରିବା ସହିତ ସେଠାରୁ ତୁରନ୍ତ ଫେରାର ହୋଇଯାଇଥିଲେ। ସାଂସଦଙ୍କ ହାତରେ ଆଘାତ ଲାଗିଛି।

Comments are closed.