ବ୍ରଶ କରିବା ବଦଳରେ ମାଓଥୱାଶ ବ୍ୟବହାର କରୁଛନ୍ତି କି ? ସାବଧାନ ହୋଇ ଯାଆନ୍ତୁ

0

ଅନେକ ଲୋକ ବ୍ରଶ କରିବା ବଦଳରେ ମାଓଥୱାଶର ବ୍ୟବହାର କରିଥାଆନ୍ତି। କିନ୍ତୁ ମାଓଥୱାଶ ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏହା ଶରୀରରେ ଅନେକ ରୋଗ ସୃଷ୍ଟିର କାରଣ ମଧ୍ୟ ହୋଇଥାଏ। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଦିନରେ ଦୁଇ ଥର ମାଓଥୱାଶ ବ୍ୟବହାର କରୁଥିବା ବ୍ୟକ୍ତିଙ୍କର ଟାଇପ-୨ ମଧୁମେହ ରୋଗ ହେବାର ସମ୍ଭାବନା ରହିଛି। ଏଥିରେ ଥିବା ଆଣ୍ଟି-ବ୍ୟାକ୍ଟେରିୟଲ ତରଳ ପଦାର୍ଥର ବ୍ୟବହାର କରିବା ଦ୍ବାରା ମୁହଁରେ ଥିବା ଲାଭଦାୟକ ମାଇକ୍ରୋସ୍ବକୁ ନ​‌ଷ୍ଟ କରି ଦେଇଥାଏ। ଏହା ଶରୀରରେ ଅନେକ ରୋଗର କାରଣ ହୋଇଥାଏ। ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ଦିନକୁ ୨ଥର ମାଓଥୱାଶ ବ୍ୟବହାର କରୁଥିବା ବ୍ୟକ୍ତିଙ୍କର ୩ବର୍ଷ ମଧ୍ୟରେ ମଧୁମେହ ଓ ରକ୍ତଚାପ ରୋଗ ହୋଇଥାଏ।

ମାଓଥୱାଶ ବ୍ୟବହାର କରୁଥିବା ଲୋକଙ୍କର ମୋଟାପଣ ବୃଦ୍ଧି ହେବାର ମଧ୍ୟ ସମ୍ଭାବନା ରହିଛି। ଦିନକୁ ଥରେ ମାଓଥୱାଶ ବ୍ୟବହାର କରୁଥିବା ୧୭% ଲୋକଙ୍କ ମଧ୍ୟରେ ମଧୁମେହ କିମ୍ବା ପ୍ରି-ଡାଇବେଟିସ୍ ରୋଗ ହୋଇଥାଏ।

ତେଣୁ ଯେତେ ସମ୍ଭବ ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ ମାଓଥୱାଶର କମ୍‌ ବ୍ୟବହାର କରନ୍ତୁ। ଦିନକୁ ଦୁଇ ଥର ବ୍ରଶ କରନ୍ତୁ। ଏହାଦ୍ବାରା ମୁହଁରୁ ଖରାପ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଏ।

Leave A Reply