ଘରେ ପହଞ୍ଚିନି ପୁଅର ଶବ, ମା ଓ ଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ

0

ଯାଜପୁର: ପୁଅର ମୃତ୍ୟୁ ଖବର ଶୁଣି ସହି ପାରିଲେନି ମା’ ଓ ଭଉଣୀ । ପୁଅର ଶବ ନ ଫେରୁଣୁ ମା ଓ ଦୁଇ ଭଉଣୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଭଳି ଏକ ହୃଦୟ ବିଦାରକ ଘଟଣା ଯାଜପୁର ଜିଲା ବିଞ୍ଝାରପୁର ପଦାସାହି ଗ୍ରାମରେ ଘଟିଯାଇଛି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଯାଜପୁର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମୃତ ବ୍ୟକ୍ତିଙ୍କ ନାମ ହେଲା ମଣ୍ଟୁ ଜେନା (୨୦) ।

ସୂଚନାଯୋଗ୍ୟ, ପରିବାରର ଏକମାତ୍ର ପୁଅ ମଣ୍ଟୁ ଦାଦନ ଖଟିବାକୁ ଦୁଇ ବର୍ଷ ତଳୁ କେରଳ ଯାଇଥିଲା । ସେଠାରେ କାମଧନ୍ଦା କରି ପରିବାର ଚଳାଉଥିବା ମଣ୍ଟୁର ମୃତ୍ୟୁ ଖବର ତିନି ଦିନ ତଳେ ମିଳିଥିଲା। ପୁଅର ମୃତ୍ୟୁ ଖବରରେ ପରିବାର ଲୋକ ଆତ୍ମହରା ହୋଇ ପଡିଥିଲେ । ଦୁଃଖରେ ମାନସିକ ଭାରସାମ୍ୟ ହରାଇ ମା କେତକୀ, ଦୁଇ ଭଉଣୀ ମମତା ଓ ଗୁରୁବାରି ପ୍ରଥମେ ପାଣି ଡେଇଁକୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେଥିରେ ଅସଫଳ ହେବାରୁ ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତେବେ ମଣ୍ଟୁର ମୃତ୍ୟୁ ସ୍ବଭାବିକ କିମ୍ବା ଅସ୍ବଭାବିକ ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ ।

Leave A Reply