ରାସ୍ତା ପାର ହେଉଥିବାବେଳେ କାର ଧକ୍କାରେ ମା’ ଓ ପୁଅ ମୃତ

0

ବଡମାଲ : ଝାରସୁଗୁଡା ଜିଲା ବଡମାଲ ଥାନା ଅଞ୍ଚଳରେ ଏକ ସଡକ ଦୁର୍ଘଟଣାରେ ମା’ ଓ ପୁଅଙ୍କ ମୃତ ଘଟିଛି। ୧୦ ନମ୍ବର ରାଜ୍ୟ ରାଜପଥ ପାର ହେବା ସମୟରେ କାର ମାଡି ଯିବାରୁ ମା’ ସୁଜତା ବୁଡା(୨୭) ପୁଅ ସୂର୍ଯ୍ୟ ବୁଡା(୭)ଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତ। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି କାର ଚାଳକକୁ ଗିରଫ କରିବା ସହ ସମ୍ପୃକ୍ତ ଗାଡିକୁ ଜବତ କରାଯାଇଛି।

Leave A Reply