ଟ୍ରେନ୍‌ ଧକ୍କାରେ ମାଆ ଓ ଝିଅ ମୃତ

ଯାଜପୁର: ଟ୍ରେନ୍‌ ଧକ୍କାରେ ମାଆ ଓ ଝିଅଙ୍କର ମୃତ୍ୟୁ ଘଟିଛି। ଯାଜପୁର ରୋଡ୍ ଷ୍ଟେସନ ନିକଟ ଅହମ୍ମଦନଗର ଠାରେ ଏହି ଅଘଟଣ ଘଟିଛି। ଉଭୟ ଟ୍ରେନ୍ ଲାଇନ୍ ପାର ହେଉଥିବା ବେଳେ ଟ୍ରେନ୍ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ରେଲୱେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତ ମାଆ ଓ ଝିଅଙ୍କ ଘର କୋରେଇ ଥାନା ଅନ୍ତର୍ଗତ ଚାନ୍ଦମା’ ଗାଁରେ ବୋଲି ଜଣାପଡିଛି।

Comments are closed.