ଜାଣନ୍ତୁ ଚଳିତ ବର୍ଷ ଗୁଗୁଲରେ ଅଧିକ ଥର କ’ଣ ସର୍ଚ୍ଚ କରିଛନ୍ତି ଅଧିକାଂଶ ଭାରତୀୟ

ନୂଆଦିଲ୍ଲୀ : ଆଉ କିଛି ଦିନ ପରେ ଇଂରାଜୀ ପୁରୁଣା ବର୍ଷ ୨୦୧୯କୁ ବିଦାୟ ଦେବା ଓ ନୂଆବର୍ଷ ୨୦୨୦କୁ ସ୍ବାଗତ କରିବା। ସାରା ବିଶ୍ବ ବର୍ତ୍ତମାନ ନୂଆବର୍ଷର ଅପେକ୍ଷାରେ ରହିଛି। ଏପରିକି ନୂଆବର୍ଷ ପାଳନ ପାଇଁ ଏବେଠାରୁ ବିଭିନ୍ନ ପର୍ୟ୍ୟଟନସ୍ଥଳଠାରୁ ଆରମ୍ଭ କରି ହୋଟେଲ୍,ବାର, ସପି˚ ମଲରେ ଲୋକଙ୍କ ଭିଡ଼ ଜମିଲାଣି। ଏହାକୁ ନେଇ ଗୁଗୁଲରେ ମଧ୍ୟ ଲୋକମାନେ ବିଭିନ୍ନ ଜିନିଷ ସଚ୍ଚ(ଖୋଜିବା) କରୁଛନ୍ତି। କିନ୍ତୁ କଣ ଆପଣ ଜାଣନ୍ତି ଚଳିତ ବର୍ଷ(୨୦୧୯)ରେ ଭାରତୀୟମାନେ ଗୁଗୁଲରେ ସବୁଠାରୁ ଅଧିକ ଥର କ’ଣ ସର୍ଚ୍ଚ କରିଛନ୍ତି।
ତେବେ ଆସନ୍ତୁ ଜାଣିବା ଚଳିତବର୍ଷ(୨୦୧୯)ରେ ଗୁଗୁଲରେ ଅଧିକ ଥର ଭାରତୀୟମାନେ କ’ଣ ସର୍ଚ୍ଚ କରିଛନ୍ତି……
କିପରି (How to) : ଚଳିତ ବର୍ଷ କିପରିକୁ ନେଇ ଭାରତୀୟମାନେ ଗୁଗୁଲରେ ଅଧିକ ଖୋଜିଛନ୍ତି। ଅର୍ଥାତ ଅଧିକାଂଶ ଭାରତୀୟମାନେ ଖୋଜିଥିଲେ କି କୗଣସି କାର୍ଯ୍ୟକୁ କିଭଳି କରିବା ଉଚିତ?
ଏହା କ’ଣ(What is) : ଅଧିକାଂଶ ଲୋକ କୌଣସି ବିଷୟକୁ ନେଇ ଏହା କ’ଣ ବୋଲି ସର୍ଚ୍ଚ କରିଥିଲେ। ଯେମିତି- ନାଗରିକତା ସଂସୋଧନ ବିଧେୟକ କଣ?
ମତଦାନ କିପରି କରାଯାଏ ? (How to Vote)
• ଆଧାର ଏବଂ ପ୍ୟାନର ସଂଯୋଗ କେମିତି ହେବ(how to link Aadhaar and PAN)
• ମତଦାନ ସୂଚିରେ ନିଜର ନାମ କେମିତି ଦେଖିବ(how to check name in voter’s list)
ନିଟର ପରିଣାମ କେମିତି ଚେକ କରିବ(how to check NEET result) : ଏହାକୁ ଭାରତରେ ଅଧିକାଂଶ ଜାମ୍ମୁକାଶ୍ମୀର ଏବଂ ଆଣ୍ଡାମାନ ନିକୋବର ଦ୍ବିପପୂଞ୍ଜରେ ସଚ୍ଚ କରାଯାଇଥିଲା।
ସେହିପରି ଅନ୍ୟ କେତେଗୁଡ଼ିଏ ହେଉଛି……………

୧. ୩୭୦ଧାରା କଣ? (What is Article 370)
୨. ଏକଜିଟ୍ ପୋଲ କଣ?(What is Exit Poll)
୩. ବ୍ଲାକ ହୋଲ କଣ? (What is Black Hole)
୪. ହାୱଡ଼ି ମୋଦୀ କଣ?(What is Howdy Modi)
୫. ଇ-ସିଗାରେଟ କଣ? (What is E-Cigarette)
୬. କ୍ରିକେଟରେ ଡିଏଲଏସ ପଦ୍ଧତି କଣ? (What is DLS method in Cricket)
୭. ଅଯୋଧ୍ୟ୍ୟ ମାମଲା କଣ? (What is Ayodhya Case)
୮. ଧାରା-୧୫ କଣ? (What is Article 15)
୯. ସର୍ଜିକାଲ ଷ୍ଟ୍ରାଇକ୍ କଣ? (What is Surgical Strike)
ସେହିପରି ଚଳିତବର୍ଷ ଗୁଗୁଲରେ ବାଲାକୋଟ ବିମାନ ଆକ୍ରମଣ ହିରୋ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ନେଇ ଅଧିକାଂଶ ଗୁଗୁଲରେ ସର୍ଚ୍ଚ କରିଥିଲେ। ଅର୍ଥାତ ଅଭିନନ୍ଦନଙ୍କ ବିଷୟରେ ଜାଣିବା ପାଇଁ ଅଧିକ ଲୋକ ଇଚ୍ଚା ପ୍ରକାଶ କରିଥିଲେ।

Pic. Courtesy : Inkhabar

Comments are closed.