ଗର୍ଭବତୀ ମହିଳାଙ୍କୁ ଅଧିକ ମଶା କାମୁଡ଼ନ୍ତି, ଜାଣନ୍ତୁ ଏହାର କାରଣ !

0

ପ୍ରାଣୀଜଗତ ମଧ୍ୟରେ କେବଳ ଯେ ମନୁଷ୍ୟ ସବୁଠୁ ଅଧିକ ଚତୁର, ଏହି ଚିନ୍ତାଧାରା ଅନେକଙ୍କର ପରିବର୍ତ୍ତନ ହେବା ନିତାନ୍ତ ଆବଶ୍ୟକ। ଭର୍ଜିନିୟା ପଲିଟେକନିକ୍ ଇନଷ୍ଟିଚ୍ୟୁଟର ବିଶେଷଜ୍ଞଙ୍କ ପରୀକ୍ଷାରୁ ପ୍ରମାଣିତ ହୋଇଛି ଯେ ମଶା ପରି କୀଟ ମଧ୍ୟ ଖୁବ୍ ଚତୁର। ମାତ୍ର କିଛି ସେକେଣ୍ଡରେ ମଶା ମନୁଷ୍ୟ ଶରୀରର ଗନ୍ଧକୁ ବାରିପାରୁଥିବା ବେଳେ ସେମାନଙ୍କ ମତିଗତି ମଧ୍ୟ ଠଉରାଇଥାଏ।

ବିଭିନ୍ନ ଲୋକଙ୍କର ବାସ୍ନାରୁ ହିଁ ମଶାମାନେ ଜାଣିପାରନ୍ତି ଯେ କିଏ ସେମାନଙ୍କୁ ମାରିବାକୁ ଚାହୁଁଛି? ଏସବୁ ଠଉରାଇ ବେଶ୍ ଚତୁରତାର ସହ ଏମାନେ ମନୁଷ୍ୟ ଶରୀରରୁ ରକ୍ତ ଶୋଷିଥାନ୍ତି। ମଶାଙ୍କର ସ୍ମୃତି ଶକ୍ତି ମଧ୍ୟ ଖୁବ୍ ପ୍ରଖର। ଥରୁଟିଏ ଯେଉଁ ଲୋକର ଶରୀରରୁ ଏମାନେ ରକ୍ତ ଶୋଷନ୍ତି, ପୁଣି ସେହି ଶରୀରରେ ବସିବା ପରେ ସେମାନେ ଜାଣିପାରନ୍ତି।

ଗବେଷଣାରୁ ଜଣାପଡ଼ିଛି ଯେ ଅଧିକାଂଶ ଗର୍ଭବତୀ ମହିଳାଙ୍କୁ ମଶା କାମୁଡ଼ନ୍ତି। କାରଣ ଗର୍ଭାବସ୍ଥାର ଶେଷ ସମୟରେ ମହିଳାମାନେ ଅତ୍ୟଧିକ ପରିମାଣରେ ଅଙ୍ଗାରକାମ୍ଳ ତ୍ୟାଗ କରନ୍ତିି, ଯେଉଁଥିପାଇଁ ମଶାମାନେ ସେମାନଙ୍କ ପ୍ରତି ଆକର୍ଷିତ ହୋଇ କାମୁଡ଼ିଥାନ୍ତି। ଏହି କାରଣରୁ ଅଧିକାଂଶ ଗର୍ଭବତୀ ମହିଳା ହିଁ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୁଅନ୍ତି। ଏଣୁ ଗର୍ଭବତୀ ମହିଳାମାନେ ଏ ଦିଗ ପ୍ରତି ସଚେତନ ରହିବା ନିତାନ୍ତ ଜରୁରୀ।

Leave A Reply