ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

0

ଭୁବନେଶ୍ୱର : ଓଡ଼ିଶାରେ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଏପ୍ରିଲ ୨ରୁ ସକାଳୁଆ ପାଠପଢା ଆରମ୍ଭ ହେବ। ଏ ନେଇ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ସୂଚନା ଅନୁସାରେ ଏପ୍ରିଲ ୨ରେ ପ୍ରବେଶ ଉତ୍ସବ ଓ ୩ରୁ ନୂଆ ଶିକ୍ଷାବର୍ଷ ଆରମ୍ଭ କରାଯିବ। ଏପ୍ରିଲ ୨ ତାରିଖ ପରଠାରୁ ମେ ମାସ ୫ତାରିଖ ପର୍ଯ୍ୟନ୍ତ ପୁର୍ବାହ୍ନ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ। ଗଣଶିକ୍ଷା ବିଭାଗ ପକ୍ଷରୁ ବିଭାଗୀୟ ଅଧିକାରୀମାନଙ୍କୁ ଚିଠି ପଠାଯାଇଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ ୨୦୧୮-୧୯ ଶିକ୍ଷା ବର୍ଷରେ ରାଜ୍ୟର ସମସ୍ତ ବିଦ୍ୟାଳଙ୍ଗୁଡିକରେ ବାର୍ଷିକ ପରୀକ୍ଷା ଶେଷ ହୋଇଛି। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ।

Leave A Reply