ସବୁଠୁ ଉତ୍ତମ ସକାଳ ଜଳଖିଆ ; ବାସି ରୁଟି

ବାସି ଖାଦ୍ୟ ଖାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ। ବିଶେଷଜ୍ଞଙ୍କ ମତରେ ୧୨ ଘଣ୍ଟାରୁ ଅଧିକ ସମୟ ରହିଥିବା କୌଣସି ଖାଦ୍ୟ ଖାଇଲେ ଫୁଡ୍ ପଏଜନିଙ୍ଗ ସହ ଅନ୍ୟାନ୍ୟ ସମସ୍ୟା ଉପୁଜିଥାଏ। ହେଲେ ବାସି ରୁଟି ଖାଇଲେ ସେ ସମସ୍ତ ସମସ୍ୟାର ବରଂ ସମାଧାନ ହୋଇଥାଏ ବୋଲି ଅନୁଧ୍ୟାନରୁ ପ୍ରକାଶ।
– ଡାକ୍ତର ପ୍ରିୟଙ୍କା ରୋହତଗୀଙ୍କ ମତରେ ବାସି ରୁଟି ଖାଇଲେ ଅମ୍ଳ ସମସ୍ୟାରୁ ମୁକ୍ତି ମିଳିବା ସହ ସୋଡିୟମ୍ ଏଥିରେ ଆବଶ୍ୟକ ପରିମାଣର ଥାଏ। ବାସି ରୁଟି ଖାଇଲେ ଆପଣଙ୍କ ଓଜନ ନିୟନ୍ତ୍ରିତ ରହିବା ସହ ମଧୁମେହ ହେବାର ଆଶଙ୍କା କମ୍ ରହିଥାଏ।
– ସକାଳ ଜଳଖିଆରେ ଖିରରେ ବାସି ରୁଟିକୁ ଭିଜାଇ ଖାଇଲେ ତାହା ଆପଣଙ୍କ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ। ୧ ସପ୍ତାହ ଏପରି ଜଳଖିଆ କରିବା ପରେ ଆପଣ ରକ୍ତଚାପକୁ ଅନୁଧ୍ୟାନ କରନ୍ତୁ।
– ବିଶେଷଜ୍ଞଙ୍କ ମତରେ ଖିର ସହ ବାସି ରୁଟି ଖାଇବା ସବୁଠୁ ଭଲ। ବିଦ୍ୟାଳୟ ଯାଉଥିବା ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ସମ​ସ୍ତେ ‌ଏଇ ବାସି ରୁଟି ଖାଇବା ହିତକାରୀ।

 

Comments are closed.