ଲାଇବେରିଆର ଏକ ସ୍କୁଲରେ ଅଗ୍ନିକାଣ୍ଡ: ଜଳିଗଲେ ୨ ଶିକ୍ଷକଙ୍କ ସହ ୨୬ ଛାତ୍ରଛାତ୍ରୀ

0

ମୋନରୋଭିଆ : ପଶ୍ଚିମ ଆଫ୍ରିକୀୟ ଦେଶ ଲାଇବେରିଆର ରାଜଧାନୀ ମୋନରୋଭିଆ ଉପକଣ୍ଠରେ ଥିବା ଏକ ସ୍କୁଲରେ ବୁଧବାର ଅପରାହ୍ଣରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨ ଶିକ୍ଷକଙ୍କ ସହ ୨୬ ଜଣ ଛାତ୍ରଛାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଓ ଅନେକ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି।

ରାଷ୍ଟ୍ରପତି ଜର୍ଜ ୱିହଙ୍କ ମୁଖପାତ୍ର ସୋଲେ କେଲଗେବହ କହିଛନ୍ତି ଯେ ଅଗ୍ନିକାଣ୍ଡରେ ୨୮ ଜଣଙ୍କ ମୃତ୍ୟୁ ଘଟିଛି। ରାଷ୍ଟ୍ରପତି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଘଟଣାସ୍ଥଳରେ ଦମକଳ ପହଞ୍ଚି ନିଆଁ ଲିଭାଇଛନ୍ତି। ଆମ୍ବୁଲାନ୍ସ ଯୋଗେ ଗୁରୁତର ଛାତ୍ରଛାତ୍ରୀଙ୍କୁ ହସ୍ପିଟାଲକୁ ପଠାଯାଇଛି। ଗୁରୁତର ଭାବେ ପୋଡ଼ି ଯାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଡାକ୍ତରୀ ଦଳ ଗଠନ କରାଯାଇଛି। ରାଷ୍ଟ୍ରପତି ମୃତକଙ୍କ ପରିବାରବର୍ଗ ସମବେଦନା ଜଣାଇବା ସହ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

Leave A Reply