ଲଘୁଚାପ ଦୁର୍ବଳ: ତଥାପି ବର୍ଷା ସମ୍ଭାବନା

0

ଭୁବନେଶ୍ୱର: ବଙ୍ଗୋପସାଗର ଉପରେ ସୃଷ୍ଟ ଲଘୁଚାପ ଉତ୍ତର ଭାରତ ମୁହାଁ ହେବା ସହିତ କ୍ରମଶଃ ଦୁର୍ବଳ ହୋଇଛି। ତଥାପି ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୩ଟି ଓ ପଶ୍ଚିମ ଓଡ଼ିଶାର ୨ଟି ଜିଲାରେ ବର୍ଷା ସମ୍ଭାବନା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର, ମାଲକାନଗିରି, କୋରାପୁଟ୍‍, ନୂଆପଡ଼ା ଓ ବରଗଡ଼ ଜିଲାର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ସେଥିମଧ୍ୟରୁ ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟ କାଁ ଭାଁ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ରାଜ୍ୟର ସବୁ ଅଞ୍ଚଳରେ ଆକାଶ ସାମାନ୍ୟ ମେଘୁଆ ରହିବ ବୋଲି ସୂଚନା ମିଳିଛି।

Leave A Reply