ସନ୍ୟାସୀ ହେବା ପାଇଁ ବାର୍ଷିକ ୧୦୦ କୋଟିଟ ଙ୍କା ଲାଭ ହେଉଥିବା ବ୍ୟବସାୟ ଛାଡିଲେ ଯୁବ  ଚାର୍ଟାଡ ଆକାଉଣ୍ଟ  

0

ମୁମ୍ବାଇ: ଅଧିକାଂଶ ଲୋକ ଧନ ପଛରେ ଦୌଡି ଥାଆନ୍ତି । ଧନ ପାଇଁ  କିଏ କେତେ ପ୍ରକାରର ଅପରାଧ କରନ୍ତି । ଜୀବନର ସୁଖ ସ୍ୱାଚ୍ଛନ୍ଦ ପାଇଁ ସ୍ୱାର୍ଥପର ହୋଇଯାଆନ୍ତି । ମାତ୍ର ଏପରି ଜଣେ ଯୁବ ଚାର୍ଟାଡ ଆକାଣ୍ଟାଟ   ଅଛନ୍ତି  ଯିଏ  ଧନ ରତ୍ନ ସୁଖ ସ୍ୱାଚ୍ଛନ୍ଦ ଓ ଶହ ଶହ କୋଟି ଟଙ୍କାର ବ୍ୟବସାୟ ତ୍ୟାଗ କରିଛନ୍ତି । ଏହି ଯୁବ ଚାର୍ଟାଡ ଆକାଉଣ୍ଟଙ୍କର ବୟସ ମାତ୍ର ୨୪ ବର୍ଷ । ପାଠ ପଢାରେ ଅତି ଭଲ ପ୍ରଦର୍ଶନ କରି ପ୍ରଥମ ପ୍ରଚେଷ୍ଟାରେ ଚାର୍ଟାଡ ଆକାଉଣ୍ଟାଟ ହୋଇଥିଲେ । ମାତ୍ର ୨୪ ବର୍ଷ ବେଳକୁ ସେ ଜଣେ ସିଏ ହେବା ସହ ନିଜ ପରିବାରର ଶହ ଶହ କୋଟି ଟଙ୍କାର ବ୍ୟବସାୟ ସମ୍ଭାଳୁଥିଲେ ।  ଜୈନ ପରିବାରରରୁ ଆସିଥିବା ମୋକେଶ ସେଠ୍‌ ଏବେ ସନ୍ୟାସ ଗ୍ରହଣ କରିଛନ୍ତି । ସେ ଗୁଜୁରାଟର ଗାନ୍ଧୀ ନଗରରେ ଥିବା ନିଜର କକା ଗିରୀଶ ସେଠ୍‌ଙ୍କ ଘରେ ଆୟୋଜିତ ଏକ ଉତ୍ସବରେ ସନ୍ୟାସ ଗ୍ରହଣ କରିଛନ୍ତି । ମୁମ୍ବାଇର ପ୍ରତିଷ୍ଠିତ ଉଦ୍ୟୋଗପତି ସନ୍ଦୀପ ସେଠ୍‌ଙ୍କର ବଡ ପୁଅ ମୋକେଶ ।

ମୋକେଶଙ୍କର ପିତାଙ୍କର ମୁମ୍ବାଇ ନିକଟସ୍ଥ ସାଙ୍ଗିଲ୍‌ରେ ଏକ ଆଲୁମିନିୟମ କାରଖାନା ରହିଛି । ମୋକେଶ୍‌ ପ୍ରଥମ ଚେଷ୍ଟାରେ ଚାର୍ଟାଡ ଆକାଉଣ୍ଟାଟ ହୋଇଥିଲେ । ଏହାପରେ ସେ ସଫଳତାର ସହ ନିଜର ବ୍ୟବସାୟ କରୁଥିଲେ । ଏବେ ବାର୍ଷିକ ୧୦୦ କୋଟିରୁ ଅଧିକ ଆୟ ହେଉଛି । ଏହା ସହ ଗୁଜୁରାଟର ଜଣେ ପ୍ରିସିଦ୍ଧ ହୀରା ବ୍ୟବସାୟୀଙ୍କ ୧୨ ବର୍ଷର ପୁଅ ବି ସନ୍ୟାସ ଗ୍ରହଣ କରିଛନ୍ତି । ସମସ୍ତ ପାର୍ଥିବ ସୁଖକୁ ପଛରେ ଛାଡି ଜୀବନରେ ପ୍ରକୃତ ସୁଖ ସନ୍ୟାସ ଜୀବନରେ ରହିଛି ବୋଲି ସେ ଏହାକୁ ଆପଣାଇଥିବା କଥା କହିଛନ୍ତି ।

Leave A Reply